ରିପୋର୍ଟ କାର୍ଡ / ମାଲକାନଗିରି
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଗଙ୍ଗଲୁର ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି | ପୃଥକ୍ ସ୍ଥାନରେ ୨୨ ମାଓବାଦୀ ନିହତ ହୋଇଛନ୍ତି। ଗାଙ୍ଗୋଲ ଅଞ୍ଚଳରେ ୧୮ ମାଓବାଦୀ ନିହତ ହୋଇଥିବାବେଳେ କାଙ୍କେରରେ ଆଉ ୪ ମାଓବାଦୀ ନିହତ ହୋଇଛନ୍ତି। ପୋଲିସ ଏନ୍କାଉଣ୍ଟରରେ ଏହି ମାଓବାଦୀମାନେ ନିହତ ହୋଇଥିବା ସୂଚନା ଦେଇଛନ୍ତି ବିଜାପୁର ଏସ୍ପି। ମାଓବାଦୀଙ୍କ ବଡ଼ ଧରଣର ବେସ୍ କ୍ୟାମ୍ପ ଥିଲା ଏହି ଜଙ୍ଗଲରେ। ତେଣୁ ପୋଲିସ ଏନ୍କାଉଣ୍ଟରରେ ମାଓବାଦୀଙ୍କ ବଡ଼ କ୍ଷତି ହୋଇଥିବା ଜଣାପଡ଼ିଛି। ଏବେବି ଗୁଳିବିନିମୟ ଜାରି ରହିଛି। ସେହିପରି ନାରାୟଣପୁର ଜିଲ୍ଲାର ଅବୁଝମାଡ଼ ଜଙ୍ଗଲରେ ମାଓବାଦୀ ଆଇଇଡି ବିସ୍ଫୋରଣ କରିଛନ୍ତି। ଏଥିରେ ଜଣେ ଯବାନ ଶହୀଦ ହୋଇଛନ୍ତି। ଏସ୍ଟିଏଫ୍ ଏବଂ ଡିଆର୍ଜି ଯବାନ ମାଓବାଦୀ ଦମନ ପାଇଁ କମ୍ବିଂ ଅପରେଶନରେ ଯାଇଥିବା ବେଳେ ମାଓବାଦୀ ଆଇଇଡି ବିସ୍ଫୋରଣ କରିଥିଲେ। ଗୁରୁତର ଯବାନଙ୍କୁ ନାରାୟଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ଏହି ଘଟଣା ପରେ ଅବୁଝମାଡ଼ ଜଙ୍ଗଲରେ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି।






More Stories
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……
ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ…..