ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୁସଲମାନଙ୍କ ପାଇଁ ୪ ପ୍ରତିଶତ ସଂରକ୍ଷଣ ବିଲ୍କୁ ବିରୋଧ କରି ଶୁକ୍ରବାର କର୍ଣ୍ଣାଟକ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି। ଏକ ଅର୍ଥ ବିଲ୍କୁ ମୁସଲମାନ ସଂରକ୍ଷଣ ବିଲ୍ ବୋଲି ଭାବି ବିଜେପି ବିଧାୟକମାନେ ଏହାର ଏକ କପି ଫାଡି ବାଚସ୍ପତିଙ୍କ ଉପରକୁ ଫିଙ୍ଗିଥିଲେ। ଏହି ଘଟଣାକୁ ନେଇ ବାଚସ୍ପତି ୟୁଟି ଖାଦର ଶୁକ୍ରବାର ୧୮ ଜଣ ବିଜେପି ବିଧାୟକଙ୍କୁ ଶୃଙ୍ଖଳାହୀନତା ପାଇଁ ୬ ମାସ ପାଇଁ ନିଲମ୍ବିତ କରିଛନ୍ତି। ଅର୍ଥ ବିଲ୍ ଆଗତ ହେଉଥିବା ବେଳେ ୪% ମୁସ୍ଲିମ ସଂରକ୍ଷଣ ବିଲ୍କୁ ନେଇ ବିଜେପି ବିଧାୟକମାନେ ହଟ୍ଟଗୋଳ କରିଥିଲେ। ସେମାନେ ଗୃହ ମଝିରେ ପଶି ଶାସକ ସିଦ୍ଦରମୈୟା ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ଏବଂ ବାଚସ୍ପତିଙ୍କ ଆସନ ଉପରକୁ ଚଢ଼ି ପ୍ରତିବାଦକୁ ଜୋରଦାର କରିଥିବା ଦେଖିବାକୁ ମିଳିଥିଲା।






More Stories
ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ…..
ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ,ଶପଥ ନେଲେ ମୁଖ୍ୟମନ୍ତ୍ରୀ….
୨ ଆତଙ୍କୀ ନିହତ…..