ରିପୋର୍ଟ କାର୍ଡ / ଭୁବନେଶ୍ଵର
ବିଜେଡି ନେତା ସୌମ୍ୟ ଶଙ୍କର ଓରଫ୍ ରାଜା ଚକ୍ରଙ୍କ କେନ୍ଦୁଝର ଘରେ ପୁଣି ଥରେ ଇଓଡବ୍ଲୁ ର ରେଡ୍। ବହୁ ଚର୍ଚ୍ଚିତ ଶୁଆକାଟି ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିଂ ଟଙ୍କା ହେରଫେର ମାମଲାରେ ପୁଣି ଇଓଡବ୍ଲୁ ପକ୍ଷରୁ ଚଢାଉ କରାଯାଇଥିବା ଜଣାପଡିଛି। ଜଣେ ଏସପିଙ୍କ ନେତୃତ୍ଵରେ ଗୋଟିଏ ଟିମ୍ ରାଜାଙ୍କର ଜଗନ୍ନାଥପୁର ସ୍ଥିତ ଘରେ ଚଢାଉ ଜାରି ରଖିଛି। ପୂର୍ବରୁ ରାଜା ଚକ୍ରଙ୍କୁ ଗିରଫ କରାଯାଇଥିବା ପରେ ଇଓଡବ୍ଲୁ ତାଙ୍କୁ ରିମାଣ୍ଡରେ ଆଣିଥିଲା। ରିମାଣ୍ଡ ବେଳେ ପାଇଥିବା କିଛି ତଥ୍ୟ ଆଧାରରେ ଇଓଡବ୍ଲୁ ପୁଣି ଥରେ ତାଙ୍କ ଘରେ ଛାନଭିନ୍ କରୁଥିବା କୁହାଯାଉଛି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..