Report Card Odisha

| Daily Odia News

ସିପାହୀ,କନଷ୍ଟେବଳ ଆଶାୟୀଙ୍କୁ ଆଶ୍ଵସ୍ତ,କୋହଳ ହେବ ବୟସସୀମା……

ରିପୋର୍ଟ କାର୍ଡ / କଟକ

ସିପାହି, କନଷ୍ଟେବଳ ପଦରେ ନିଯୁକ୍ତି ନିମନ୍ତେ ବହୁ ଆଶାୟୀଙ୍କୁ ଆଶ୍ବସ୍ତିି ମିଳିଛି । ୩ବର୍ଷ ପର୍ଯ୍ୟନ୍ତ ସିପାହୀ, କନଷ୍ଟେବଳଙ୍କ ବୟସ ସୀମାରେ କୋହଳ କରାଯିବ ବୋଲି ରାଜ୍ୟ ସରକାର ମଙ୍ଗଳବାର ହାଇକୋର୍ଟଙ୍କୁ ଅବଗତ କରିଥିଲେ। ଉଭୟପକ୍ଷ ଏହି ନିଷ୍ପତ୍ତିରେ ରାଜି ହେବାପରେ ଅଦାଲତ ମାମଲାର ଅନ୍ତ ଘଟାଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଗତ ରିଟ୍‌‌ ଅପିଲ୍‌‌ର ଶୁଣାଣି କରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଅରିନ୍ଦମ ସିହ୍ନା ଏବଂ ବିଚାରପତି ମୃଗାଙ୍କ ଶେଖର ସାହୁଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଓଡ଼ିଶା ପୋଲିସର ଓଏସ୍‌‌ପି, ଅାଇଅାର, ଏସ୍‌‌ଅାଇଅାର, ସ୍ପେଶାଲ୍‌‌ ସିକ୍ୟୁରିଟି ବାଟାଲିୟନ୍‌‌ରେ ୧୩୬୦ଟି ସିପାହୀ, କନଷ୍ଟେବଳ ପଦ ପୂରଣ ପାଇଁ ଷ୍ଟେଟ୍‌‌ ସିଲେକ୍ସନ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୨୪ ଜାନୁଅାରୀ ପହିଲା ସୁଦ୍ଧା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ସୀମା ୧୮ ଏବଂ ସର୍ବାଧିକ ବୟସ ସୀମା ୨୩ ଧାର୍ଯ୍ୟ କରାଯାଇଥିଲା। ଅନ୍ୟପକ୍ଷରେ ୨୦୧୮ରେ ଶେଷ ଥର ପାଇଁ କନଷ୍ଟେବଳ, ସିପାହି ପଦଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା। କରୋନା ପାଇଁ ଆଉ ଏହି ପଦ ପୂରଣ ଲାଗି ବିଜ୍ଞପ୍ତି ପ୍ରକାଶ ନପାଇ ୬ବର୍ଷ ପରେ ୨୦୨୪ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୬ବର୍ଷ ପରେ ଏହି ବିଜ୍ଞପ୍ତି ପ୍ରକାଶ ପାଉଥିବାରୁ ଅନେକ ପ୍ରାର୍ଥୀ ବୟସ ସୀମା କଟକଣା ପାଇଁ ଏହି ପଦଲାଗି ଅାବେଦନ କରିପାରି ନ ଥିଲେ। ଫଳରେ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ୨୦୨୪ ଡିସେମ୍ବର ୫ରେ ଏହି ମାମଲାର ରାୟ ପ୍ରକାଶ କରି ଅାଶାୟୀ ପ୍ରାର୍ଥୀମାନଙ୍କୁ ବୟସ ସୀମାରେ ‘ୱାନ୍‌‌ ଟାଇମ୍‌‌’ କୋହଳ କରିବା ଲାଗି ନିର୍ଦେଶ ଦେଇଥିଲେ । ଏହାକୁ ବିରୋଧ କରି ରାଜ୍ୟ ସରକାର ରିଟ୍‌‌ରେ ହାଇକୋର୍ଟକୁ ଆସିଥିଲେ। ହାଇକୋର୍ଟରେ ଶୁଣାଣି ଚାଲିଥିଲାବେଳେ ରାଜ୍ୟ ସରକାର ଏହି ପଦରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହାକୁ ନେଇ ପ୍ରତିପକ୍ଷ ଆଶାୟୀ ପ୍ରାର୍ଥୀଙ୍କ ପକ୍ଷରୁ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଅଦାଲତ ଏହି ମାମଲାର ଶୁଣାଣି ଶେଷ ନହେବା ପର୍ଯ୍ୟନ୍ତ ନିଯୁକ୍ତି ପ୍ରକ୍ରିୟା ଚାଲିପାରିବ ନାହିଁ ବୋଲି ଅନ୍ତରୀଣ ଅଙ୍କୁଶ ଲଗାଇଥିଲେ। ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ୩ବର୍ଷ ପର୍ଯ୍ୟନ୍ତ ବୟସସୀମା କୋହଳ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ମାମଲାର ଅନ୍ତ ଘଟିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଅାଡଭୋକେଟ୍‌‌ ଜେନେରାଲ ପୀତାମ୍ବର ଅାଚାର୍ଯ୍ୟ, ପ୍ରତିପକ୍ଷଙ୍କ ପକ୍ଷରୁ ଅାଇନଜୀବୀ ରାଜୀବ ରଥ, ଅାଇନଜୀବୀ ବିପ୍ଳବ ବାହାଲୀ ପ୍ରମୁଖ ମାମଲା ପରିଚାଳନା କରୁଥିଲେ।

Breaking News