Report Card Odisha

| Daily Odia News

ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ ଟଣ୍ଡନ…..

ରିପୋର୍ଟ କାର୍ଡ / କଟକ

ଓଡ଼ିଶା ହାଇକୋର୍ଟର ୩୫ତମ ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ବରିଷ୍ଠ ବିଚାରପତି ଜଷ୍ଟିସ୍‌ ହରିଶ ଟଣ୍ଡନ। ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍‌ପତି ତାଙ୍କୁ ଶପଥ ପାଠ କରାଇଛନ୍ତି। ଆଜି ହାଇକୋର୍ଟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ହାଇକୋର୍ଟର ବିଚାରପତି ଏବଂ ବାର୍‌ର ସଦସ୍ୟମାନେ ଯୋଗ ଦେଇଥିଲେ। ୬ ମାର୍ଚ୍ଚ ୨୦୨୫ ରେ ସୁପ୍ରିମକୋର୍ଟ କଲିଜିୟମ କୋଲକାତା ହାଇକୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ୍‌ ଟଣ୍ଡନଙ୍କ ନାମ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ସୁପାରିସ କରିଥିଲେ। କେନ୍ଦ୍ର ସରକାର ୨୧ମାର୍ଚ୍ଚ ୨୦୨୫ରେ ତାଙ୍କର ନିଯୁକ୍ତି ବିଷୟରେ ସୂଚନା ଦେଇଥିଲେ। ତାଙ୍କ ନାମ ପ୍ରସ୍ତାବ ଦେବା ସମୟରେ, କଲିଜିୟମ ତାଙ୍କର ବରିଷ୍ଠତାକୁ ସ୍ବୀକାର କରିଥିଲେ, ଯାହା ଅଲ୍‌ ଇଣ୍ଡିଆ ହାଇକୋର୍ଟ ବିଚାରପତି ବରିଷ୍ଠତା ତାଲିକାର କ୍ରମିକ ସଂଖ୍ୟା ୭ରେ ଅଛନ୍ତି ଟଣ୍ଡନ।

Breaking News