ରିପୋର୍ଟ କାର୍ଡ / ଭୁବନେଶ୍ବର
ଆଜି ଦୁଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ରମେଶ ଜେନା ଗୃହରେ ଘଣ୍ଟ ବାଡ଼େଇ ପ୍ରତିବାଦ କରିଛନ୍ତି। ବିଧାନସଭା ବାହାରେ ଏକାଠି ହୋଇଯାଇଛି ବିରୋଧୀ ବିଜେଡି-କଂଗ୍ରେସ। ବିଜେଡି ନେତାମାନେ ମିଶିଯିବା ପରେ ବିଧାନସଭା ଗେଟ ଭିତରକୁ ଧସେଇ ପଶିଛନ୍ତି ବିରୋଧୀ। ଏହାସହ ବିଧାନସଭା ପରିସରରେ ଥିବା ବ୍ୟାରିକେଡ ଭାଙ୍ଗିଦେଇଛନ୍ତି ବିଜେଡି ଓ କଂଗ୍ରେସ ବିଧାୟକ।ତେଣେ ପ୍ରଶ୍ନକାଳ ସ୍ବାଭାବିକ ହୋଇଛି। ଦୁଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ରମେଶ ଜେନା ଗୃହରେ ଘଣ୍ଟ ବାଡ଼େଇବାରୁ ଉଭୟଙ୍କୁ ସେଥିରୁ ନିବୃତ୍ତ ହେବାକୁ ବାଚସ୍ପତି ସୁରମା ପାଢ଼ୀ ତାଗିଦ୍ କରିଛନ୍ତି।






More Stories
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….