ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଭୁବନେଶ୍ୱର ଘେରିବ କଂଗ୍ରେସ। ଏନେଇ ହାଇ ଆର୍ଲଟ ମୋଡରେ ରାଜଧାନୀ। ସାରା ଭୁବନେଶ୍ୱରରେ ହୋଇଛି ପୋଲିସ ଛାଉଣୀ। ରାଜ୍ୟରେ ମହିଳା ଅସୁରକ୍ଷିତ ଏବଂ ଏଥିଲାଗି ଗୃହକମିଟି ଦାବି କରି କଂଗ୍ରେସର ୧୪ ସଦସ୍ୟ ନିଲମ୍ବନ ହେବା ଘଟଣାରେ ରାଜ୍ୟ କଂଗ୍ରେସ ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡ଼ିଛି। ଏହି ଘଟଣାକୁ ଗାଁ ଗଣ୍ଡାରେ ପହଞ୍ଚାଇବା ପାଇଁ ପ୍ରସ୍ତୁତ ହୋଇଛି ନକ୍ସା। ଆଉ ଗୁରୁବାର ରାଜ୍ୟ କଂଗ୍ରେସ ବିଧାନସଭାର ଚତୁଃପାର୍ଶ୍ୱକୁ ଘେରିବାପାଇଁ ପ୍ରସ୍ତୁତ ହେଉଛି। କଂଗ୍ରେସର ଏହି କାର୍ଯ୍ୟକ୍ରମକୁ ରାଜ୍ୟବାସୀ ସମର୍ଥନ ଦେବେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ଏହାରି ଭିତରେ ପିସିସି ସଭାପତି ଭକ୍ତ ଚରଣ ଦାସ ଏକ ଭିଡିଓ ବାର୍ତ୍ତା ଜାରିକରି କହିଛନ୍ତି, ଗୁରୁବାର ଆମେ ଶାନ୍ତି ଶୃଙ୍ଖଳାର ସହ ଆନ୍ଦୋଳନ କରିବୁ। ହେଲେ ଝାରସୁଗୁଡ଼ା ଥାନାରେ ଯୁବ କଂଗ୍ରେସ ସଭାପତିଙ୍କୁ ଅଟକାଯାଇଥିବା ନେଇ ଖବର ମିଳୁଛି। ପ୍ରଶାସନ ଓ ପୋଲିସ ସେ ଭୁଲ କରନ୍ତୁନାହିଁ। ଆପଣ ଶୃଙ୍ଖଳା ରକ୍ଷାକରନ୍ତୁ। ଆମକୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ ଦିଅନ୍ତୁ। ଯଦି ପୋଲିସ ଏଭଳି ବାତାବରଣ ସୃଷ୍ଟିକରେ ତେବେ ବିଭିନ୍ନ ସ୍ଥାନରେ ବିଦ୍ରୋହ ଦେଖାଦେଇପାରେ। ଯେଉଁଠାରେ ପୋଲିସ କଂଗ୍ରେସ କର୍ମୀଙ୍କୁ ଅଟକାଉଛି କିମ୍ବା ହଇରାଣ ହରକତ କରୁଛି ସେଠାରେ କର୍ମୀମାନେ ହିଂସାର ପଥ ନ ଆପଣାଇ ସବୁ ଝଡ଼ଝଞ୍ଜା ସହି ତୁରନ୍ତ ସୂଚନା ଆମପାଖକୁ ପଠାନ୍ତୁ। ଆପଣମାନେ ସଂଘବଦ୍ଧ ଭାବେ ଏହି ଅନ୍ୟାୟର ମୁକାବିଲା କରିବେ। ଆଗକୁ ଅନେକ ପଥ ଯିବାର ରହିଛି, ଇଏତ ନାମକୁମାତ୍ର ବୋଲି ଭକ୍ତ କଂଗ୍ରେସ କର୍ମୀଙ୍କୁ ଅନୁରୋଧ କରି କହିଛନ୍ତି।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……