ରିପୋର୍ଟ କାର୍ଡ / ଭୁବନେଶ୍ୱର
ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲାରେ କିଟ୍ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି NHRC। କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ୪ ସପ୍ତାହରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ରହିଛି। ତେବେ କଲେଜ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି ଏନ୍ଏଚ୍ଆର୍ସି। ଘଟଣାକୁ କର୍ତ୍ତୃପକ୍ଷ ହାଲୁକା ଭାବେ ନେଇଥିଲେ ବୋଲି ଏନ୍ଏଚ୍ଆରସି କହିଛନ୍ତି। ଉକ୍ତ ଘଟଣାରେ ଚଳିତ ମାସ ୬ରୁ ୮ ତାରିଖ ପର୍ଯ୍ୟନ୍ତ ୨ ଜଣିଆ ଏନ୍ଏଚ୍ଆର୍ସି ଟିମ୍ ତଦନ୍ତ କରି ରିପୋର୍ଟ ଦାଖଲ ପରେ କିଟ୍ ବିଶ୍ୱବିଦ୍ୟାଳୟର ଆଇଆରଓ, ବିଶବିଦ୍ୟାଳୟର ଅଧିକାରୀ, ଶୃଙ୍ଖଳାଗତ କମିଟି ତଥା କଲେଜ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଏନ୍ଏଚ୍ଆର୍ସି ଦର୍ଶାଇଛନ୍ତି। ଆଦେଶନାମାରେ ଉଲ୍ଲେଖ କରାଯାଇଛି ଯେ, ଫେବୃଆରୀ ୧୭ରେ ୧୦୦୦-୧୧୦୦ ଛାତ୍ରୀଛାତ୍ର ହଷ୍ଟେଲ ଛାଡ଼ିଥିଲେ। ବିଶ୍ବବିଦ୍ୟାଳୟର ଅଧିକାରୀମାନେ ଏହାକୁ ସ୍ବୀକାର ବି କରିଛନ୍ତି। ହଷ୍ଟେଲ ଛାଡ଼ିଥିବା ଛାତ୍ରୀଙ୍କ ସଂଖ୍ୟା ୧୮୦ ଥିଲା। କର୍ତ୍ତୃପକ୍ଷ ଛାତ୍ରୀମାନଙ୍କର ସୁରକ୍ଷାକୁ ନେଇ କୌଣସି ପ୍ରକାରର ଚିନ୍ତା କରି ନ ଥିଲେ ବରଂ ସେମାନଙ୍କୁ କ୍ୟାମ୍ପସରୁ ବାହାର କରି ଦେଇଥିଲେ। ଶିଶୁ କଲ୍ୟାଣ କମିଟି ଦ୍ୱାରା ୬ ଜୁଲାଇ୨୦୧୭ର ରିପୋର୍ଟ ଅନୁଯାୟୀ କିସ୍ ପରିସରରେ ନିମ୍ନମାନର ରହଣି ସ୍ଥିତି ବାବଦରେ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ଖୋଦ୍ଧା ଜିଲ୍ଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହାର ତଦନ୍ତ ପାଇଁ ଶିଶୁ କଲ୍ୟାଣ କମିଟି ଯୁଗ୍ମ ତଦନ୍ତକାରୀ ଦଳ ଗଠନ କରିବାକୁ ସୁପାରିସ କରିଥିଲା |






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..