ରିପୋର୍ଟ କାର୍ଡ / ଭୁବନେଶ୍ବର
କିଟ୍ ବିଶ୍ବବିଦ୍ୟାଳୟରେ ନେପାଳ ଛାତ୍ରୀ ମୃତ୍ୟୁ ମାମଲାରେ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ଶିକ୍ଷାନୁଷ୍ଠାନକୁ ଦାୟୀ କରିବା ସହ ବିଭିନ୍ନ ସରକାରୀ ସଂସ୍ଥାକୁ ଏ ନେଇ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିବା ଘଟଣାରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଦେଶ ବାହାରର ଜଣେ ଛାତ୍ରୀଙ୍କ ମୃତ୍ୟୁ ଅତ୍ୟନ୍ତ ସ୍ପର୍ଶକାତର ଘଟଣା। ଏନ୍ଏଚ୍ଆରସିଙ୍କ ରିପୋର୍ଟ ଅନୁସାରେ ସରକାରଙ୍କ ପକ୍ଷରୁ ଯାହା ପଦକ୍ଷେପ ନିଆଯିବା କଥା ନିଆଯିବ। କୌଣସି ଜାଗାରେ ଆଇନର ଗଳାବାଟ ରହିବନି। ଆଇନଗତ ଦୃଷ୍ଟିରୁ ଯେତେବଡ଼ ଲୋକ ହୋଇଥିଲେ ବି କାହାରିକୁ ଛଡ଼ାଯିବନି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।






More Stories
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..
ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ….