ରିପୋର୍ଟ କାର୍ଡ / ଭୁବନେଶ୍ଵର
୩ ମାସ ଭିତରେ ଆସିବ ନୂଆ ୟୁନିଫର୍ମ ଲ୍ୟାଣ୍ଡ ପଲିସି। ଏ ନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଜଗନ୍ନାଥଙ୍କ ଜମି ବିବାଦ ଦୁଇ ବର୍ଷ ମଧ୍ୟରେ ତୁଟିବ। ଜଗନ୍ନାଥ ଜମି ଦଖଲରେ ଥିବା ଲୋକଙ୍କୁ ଲ୍ୟାଣ୍ଡ ସେଟେଲମେଣ୍ଟ କରାଯିବ। ଜବରଦଖଲ କରିଥିବା ଲୋକଙ୍କୁ ୧୦୦ ଡେିସିମିଲ ଜାଗା ରିହାତି ଦରରେ ଯୋଗାଇଦିଆଯିବ। ୨୪ ଜିଲ୍ଲାରେ ୬୦ ହଜାର ୪୨୬.୯୪ ଏକର ଜଗନ୍ନାଥ ଜମି ରହିଛି। ୩୮ ହଜାର ୬୧ ଏକର ଜମିର ସଂଶୋଧିତ ସତ୍ତ୍ଵଲିପି ରହିଛି। ୬ଟି ରାଜ୍ୟରେ ୩୯୫.୨୫ ଏକର ଜଗନ୍ନାଥ ଜମି ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।






More Stories
ଆଇନଜୀବୀଙ୍କ ପାଇଁ ୪୦ ପ୍ରତିଶତ ସହାୟତା ରାଶି ବୃଦ୍ଧି…..
ଆସୁଛି ଦୁଇ ଲଘୁଚାପ:ପ୍ରବଳ ବର୍ଷା ସମ୍ଭାବନା……
କୈଳାସ ମାନସରୋବର ଯାତ୍ରା ଆରମ୍ଭ…..