ରିପୋର୍ଟ କାର୍ଡ / ଭୁବନେଶ୍ଵର
ସହିଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜକିଶୋରଙ୍କ ମରଶରୀର ଆଜି ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ନୂଆଗାଁ ଗାଁର ରାଜକିଶୋର ମୁଣ୍ଡା ବିହାର ରେଜିମେଣ୍ଟ ର ଷଷ୍ଠ ବାଟାଲିୟନରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ । ସ୍ବର୍ଗତ ମୁଣ୍ଡା ଅରୁଣାଚଳ ପ୍ରଦେଶ ର ତାୱାଙ୍ଗ ଠାରେ କର୍ତ୍ତବ୍ୟରତ ଥିବା ବେଳେ ଗତ ୨୯ ତାରିଖ ରେ ସହିଦ ହୋଇଯାଇଥିଲେ। ସେ ସେନା କର୍ମଚାରୀଙ୍କୁ ନେଇ ଯାଉଥିବାବେଳେ ତାଙ୍କ ଗାଡି ଉପରେ ଏକ ପଥର ପଡିବାରୁ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା। ଏଥିରେ ଚାପି ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ପୈତୃକ ଗାଁ ନୂଆଗାଁରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେକୃତ୍ୟ ସମ୍ପନ୍ନ କରାଯିବ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..