Report Card Odisha

| Daily Odia News

ଆଜି ସୁଭଦ୍ରା ଆବେଦନର ଶେଷ ତାରିଖ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସୁଭଦ୍ରା ଯୋଜନା ପାଇଁ ଆବେଦନ କରି ନାହାନ୍ତି କି? ତେବେ ଏହି ଖବରଟି ଆପଣଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ। କାରଣ ନୂଆ ଆବେଦନକାରୀଙ୍କ ଲାଗି ସୋମବାର ଅର୍ଥାତ ୩୧ ମାର୍ଚ୍ଚ ହେଉଛି ଶେଷ ତାରିଖ। ଆଜି ମଧ୍ୟରେ ଆବେଦନ କଲେ ଏକାସାଙ୍ଗରେ ୩ ଟି କିସ୍ତିର ଟଙ୍କା ଆପଣ ପାଇପାରିବେ। ଅର୍ଥାତ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଭାବେ ୧୫ ହଜାର ଟଙ୍କା ଆସିବ। ସୁଭଦ୍ରା ଯୋଜନାର ଲାଭ ଉଠାଇବା ଲାଗି ଆବେଦନର ଶେଷ ତାରିଖ ରହିଛି ମାର୍ଚ୍ଚ ୩୧। ଏହାପରେ ଆଉ ଆବେଦନର ସୀମା ବୃଦ୍ଧି ପାଇବ ନାହିଁ। ଏହାପରେ ଆବେଦନକାରୀ ରାଖୀ ପୂର୍ଣ୍ଣିମାରେ ଏକକାଳୀନ ୩ କିସ୍ତିର ଟଙ୍କା ପାଇବେ। ଏଣୁ ଯେଉଁମାନେ ଆବେଦନ କରିନାହାନ୍ତି ସେମାନେ ତୁରନ୍ତ ତାହା କରି ନିଅନ୍ତୁ। ଯଦି ସେମାନେ ଯୋଗ୍ୟ ବିବେଚିତ ହେବେ ତେବେ ସେମାନଙ୍କ ଆକାଉଣ୍ଟକୁ ଏକାଥରକେ ୩ କିସ୍ତିର ସୁଭଦ୍ରା ଟଙ୍କା ଆସିବ। ସୂଚନାଯୋଗ୍ୟ, ଇତିମଧ୍ୟରେ ରାଜ୍ୟର ଏକ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳି ସାରିଛି। ମହିଳା ଦିବସ ଉପଲକ୍ଷେ ରାଜ୍ୟ ସରକାର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ପଠାଇଥିଲେ। ଯେଉଁମାନେ ପୂର୍ବରୁ ପ୍ରଥମ କିସ୍ତି ଟଙ୍କା ପାଇସାରିଥିଲେ ସେମାନଙ୍କୁ ଟଙ୍କା ମିଳିଥିଲା।

Breaking News