ରିପୋର୍ଟ କାର୍ଡ / ମାଲକାନଗିରି
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ମାଓବାଦୀଙ୍କୁ ଦମନ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ପକ୍ଷରୁ ଅଭିଯାନ ଜୋରଦାର କରାଯାଇଛି। ଫଳରେ ଗତ କିଛିଦିନ ମଧ୍ୟରେ ଅନେକ ମାଓବାଦୀ ନିପାତ ହୋଇଛନ୍ତି। ଏଭଳି ପରିସ୍ଥିତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବସ୍ତ୍ର ଗସ୍ତ କରିବାକୁ ଯାଉଛନ୍ତି। ତେବେ ଶାହାଙ୍କ ଗସ୍ତ ପୂର୍ବରୁ ଶାନ୍ତି ଆଲୋଚନାକୁ ସମର୍ଥନ କରିବା ପାଇଁ ଅପିଲ୍ କରିଛନ୍ତି ମାଓବାଦୀ ସଂଗଠନ। ସିପିଆଇ (ମାଓବାଦୀ) କେନ୍ଦ୍ରୀୟ କମିଟି ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରି ଏହି ଅପିଲ୍ କରାଯାଇଛି। ପୂର୍ବରୁ ମଧ୍ୟ ଆଲୋଚନା ପାଇଁ ଇଚ୍ଛା ପ୍ରକାଶ କରିଥିବା ଏଥିରେ ଜଣାଇଛନ୍ତି। ଏଥିସହିତ ସଶସ୍ତ୍ର ବାହିନୀର ନୂଆ ଶିବିର ସ୍ଥାପନ ବନ୍ଦ ପାଇଁ ସର୍ତ୍ତ ରଖିଛନ୍ତି ମାଓ ସଂଗଠନ। ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ ପାଇଁ ମଧ୍ୟ ଦାବି ଜଣାଇବା ସହିତ ସରକାର ମାନିଲେ ମାଓବାଦୀ ଯୁଦ୍ଧବିରତି ଘୋଷଣା କରିବେ ସୂଚନା ଦେଇଛନ୍ତି।





More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..