Report Card Odisha

| Daily Odia News

୬ଷ୍ଠ ଶ୍ରେଣୀ ଛାତ୍ରଙ୍କୁ ୯ମ ଛାତ୍ରଙ୍କ ରାଗିଂ……

ରିପୋର୍ଟ କାର୍ଡ / ମୟୂରଭଞ୍ଜ

ମଦ୍ୟପାନ କରୁଥିଲେ ୯ମ ଶ୍ରେଣୀ ଛାତ୍ର। ଏହା ଜଣେ ଷଷ୍ଠ ଶ୍ରେଣୀ ଛାତ୍ର ଦେଖିଦେବାରୁ ମଦ୍ୟପାନ କରୁଥିବା ଛାତ୍ରମାନେ ତାଙ୍କୁ ମାଡ଼ ମାରିବା ସହିତ ନିର୍ଯାତନା ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ବାସିପିଠା ଅଞ୍ଚଳର ଏକ ଉଚ୍ଚ ବିଦ୍ୟାଳୟରେ ଏପରି ଅଭାବନୀୟ ଘଟଣା ଘଟିଛି। ଘଟଣାଟି ଗତ ଫେବୃୟାରୀ ମାସର ହୋଇଥିବାବେଳେ ପୀଡ଼ିତ ଛାତ୍ର କାହାକୁ ଜଣାଇ ନ ଥିଲେ। ବର୍ତ୍ତମାନ ଏହି ରାଗିଂ ସମ୍ପର୍କରେ ଛାତ୍ରଙ୍କ ବାପା ଭୁଗୁଡ଼ାକଟା ଗ୍ରାମର ମନୋରଞ୍ଜନ ବେହେରା ଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ମନୋରଞ୍ଜନଙ୍କ ପୁଅ ବିଦ୍ୟାଳୟ ଛାତ୍ରାବାସରେ ରହି ପଢୁଥିଲେ। ଗତ ଫେବୃଆରୀ ମାସରେ ସେହି ସ୍କୁଲର ଛାତ୍ରାବାସରେ ରହି ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା କେତକ ଛାତ୍ର ମଦ ପିଉଥିବା ବେଳେ ତାଙ୍କ ପୁଅ ଦେଖି ଦେଇଥିଲା । ମଦ ପିଉଥିବା ପିଲାମାନେ ସେକଥା ଜାଣିପାରି ଲୁହାଛଡରେ ମାରିବା ସହ ଭକ୍ତ ଘଟଣା ସମ୍ପର୍କରେ କାହାରିକି କହିଲେ ଛୁରୀ ଭୁସି ମାରିଦେବେ ବୋଲି ଧମକ ଦେଇଥିଲେ। ପୁଅ ଘରକୁ ଫେରିବା ପରେ ମନୋରଞ୍ଜନ ଘଟଣା ବିଷୟରେ ଜାଣି ଏ ନେି ଖୁଣ୍ଟା ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ ଭିତ୍ତିରେ ପୋଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Breaking News