ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭା ପରେ ରାଜ୍ୟ ସଭାରେ ଆଗତ ହୋଇଛି ୱାକଫ (ସଂଶୋଧନ) ବିଧେୟକ। ଗତ ବୁଧବାର ଏହି ବିଧେୟକ ଲୋକସଭାରେ ପାରିତ ହେବା ପରେ ଗୁରୁବାର ରାଜ୍ୟ ସଭାରେ ଆଗତ ହୋଇଛି। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ବିଲ ଆଗତ କରି କହିଥିଲେ | ୱାକଫରେ କୌଣସି ଅଣମୁସଲମାନଙ୍କ ହସ୍ତକ୍ଷେପ ରହିବ ନାହିଁ। ରିଜିଜୁ କହିଥିଲେ ଯେ, ଗୃହରେ କୁହାଯାଉଛି ଯେ, ଆମେ ଯେଉଁ ପଦକ୍ଷେପ ନେଉଛୁ ସେଥିରେ ମୁସଲମାନଙ୍କର କ୍ଷତି ହେବ। ଏହି ସଂଶୋଧନ ବେଆଇନ ଏବଂ ଅସାମ୍ବିଧାନିକ। ସମସ୍ତଙ୍କୁ ନିଜ ନିଜ କଥା କହିବାର ଅଧିକାର ରହିଛି। କିନ୍ତୁ ଯେଉଁ ଅଭିଯୋଗ କରାଯାଉଛି ତାହାକୁ ସେ ଖଣ୍ଡନ କରୁଛନ୍ତି। ମୁସଲମାନଙ୍କ ଧାର୍ମିକ କାର୍ଯ୍ୟକଳାପରେ କେହି ଅଣମୁସଲମାନ କୌଣସି ପ୍ରକାର ହସ୍ତକ୍ଷେପ କରିବେ ନାହିଁ।






More Stories
ଇରାନ ଉପରେ ଆକ୍ରମଣ…..
ଇଣ୍ଡୋନେସିଆରେ ବିଜୁବାବୁଙ୍କୁ ମୋଦୀଙ୍କ ପ୍ରଶଂସା…..
ରନ୍ଓ୍ବେରେ ୨ ବିମାନ ମୁହାଁମୁହିଁ…..