Report Card Odisha

| Daily Odia News

ୱାକଫ ବିଲ କୁ ନେଇ ଜେଡିୟୁରେ ଫାଟ,ଦଳ ଛାଡ଼ିଲେ ଆଉ ୩ ନେତା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ୱାକଫ ବିଲ କୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଜେଡିୟୁ ମଧ୍ୟରେ ଫାଟ ଦେଖିବାକୁ ମିଳିଛି। ସଂସଦରେ ଜେଡିୟୁ ବିଧେୟକକୁ ସମର୍ଥନ କରିବା ପରେ ଦଳ ଭିତରେ ରହିଥିବା ମୁସଲମାନ ବିଧାୟକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଦୁଇ ଦିନ ମଧ୍ୟରେ ୫ ଜଣ ନେତା ଦଳରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ୩ ଜଣ ନେତା ଦଳ ଛାଡ଼ିଛନ୍ତି। ଏହି ନେତାମାନେ ହେଲେ ନଦୀମ ଅଖତାର, ରାଜୁ ନାୟାର ଏବଂ ତବରେଜ ସିଦ୍ଦିକି ଆଲିଗ ଦଳ ଛାଡ଼ିଛନ୍ତି। ଏମାନଙ୍କ ପୂର୍ବରୁ ମହମ୍ମଦ ସହନାୱାଜ ମଲିକ ଏବଂ ମହମ୍ମଦ କାସିମ ଅନସାରୀ ଦଳରୁ ଇସ୍ତଫା ଦେଇଥିଲେ। ରାଜୁ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି ଯେ, ଲୋକସଭାରେ ୱାକଫ ବିଧେୟକ ଗୃହୀତ ହେବା ଏବଂ ଜେଡିୟୁ ଏହାକୁ ସମର୍ଥନ କରିବା ପରେ ସେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି, ମୁସଲମାନଙ୍କୁ ଦମନ କରିବା ଲାଗି ଏହି କଳା ଆଇନ ସରକାର ଆଣିଛନ୍ତି। ଏହା ତାଙ୍କୁ ବଡ଼ ଆଘାତ ଦେଇଛି।

Breaking News