ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ପ୍ରଥମ ଭର୍ଟିକାଲ ଲିଫ୍ଟ ସାମୁଦ୍ରିକ ସେତୁ ‘ପମ୍ବନ’ ଉଦ୍ଘାଟିତ ହୋଇଯାଇଛି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡ଼ୁର ରାମେଶ୍ଵରମରେ ୫୩୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ପମ୍ବନ ସେତୁକୁ ଉଦ୍ଘାଟନ କରିଛନ୍ତି। ଏହା ସହିତ ସେ ରାଜ୍ୟରେ ଆହୁରି ଅନେକ ବିକାଶମୂଳକ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ପୂର୍ବରୁ ଭାରତୀୟ ରେଳବାଇ ଏହି ନୂତନ ରେଳ ବ୍ରିଜର ଏକ ସୁନ୍ଦର ଭିଡିଓ ଜାରି କରିଥିଲା। ରେଳ ମନ୍ତ୍ରଣାଳୟ କହିଛି ଯେ, ସମୁଦ୍ର ଉପରେ ନିର୍ମିତ ଏହି ରେଳ ବ୍ରିଜ ଅତୀତ ଏବଂ ଭବିଷ୍ୟତକୁ ଯୋଡ଼ୁଛି। ଏହାକୁ ରାମ ନବମୀ ଦିନ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ ଏବଂ ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତି ଯୋଗୁଁଁ ରାମେଶ୍ୱରମରେ ସୁରକ୍ଷା ବୃଦ୍ଧି କରାଯାଇଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….