ରିପୋର୍ଟ କାର୍ଡ / ପୁରୀ
ହୁତୁହୁତୁ ହୋଇ ରାସ୍ତାରେ ଜଳିଗଲା ଟୁରିଷ୍ଟ ବସ୍ । ଏକ ବଡ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଏକ ଅଘଟଣ ମଙ୍ଗଳବାର ପୁରୀ ମାଳତିପାଟପୁର ବସ୍ ଷ୍ଟାଣ୍ଡ ନିକଟରେ ଘଟିଛି । ରାସ୍ତାରେ ଛିଡା ହୋଇଥିବା ବେଳେ ହଠାତ୍ ବସ୍ରେ ନିଆଁ ଲାଗି ଯାଇଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । କେଉଁ କାରଣରୁ ବସ୍ରେ ନିଆଁ ଲାଗିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ । ଖବର ପାଇ ପୋଲିସ ଓ ଦମକଳ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି । ନିଆଁ ଲାଗିବା ପରେ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା ।





More Stories
ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ…..
ଫାଇଲ୍ ରିସିଭ୍ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି…..
ଛାତ୍ର ସଂସଦ ନିର୍ବାଚନ:ଖର୍ଚ୍ଚରେ ଲାଗିଲା କଟକଣା…..