ରିପୋର୍ଟ କାର୍ଡ / ଭୁବନେଶ୍ବର
ଆସନ୍ତା ୧୦ ତାରିଖରୁ ବିଦ୍ୟାଳୟରେ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ୟୁନିଫାଏଡ ଅଟୋମେସନ ସିଷ୍ଟମ (ୟୁଏଏସ୍) ମଡ୍ୟୁଲ ଉପସ୍ଥାନ ଲାଗୁ ହେବ। ଏନେଇ ଓସେପା ପକ୍ଷରୁ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଓକାକ କମ୍ପ୍ୟୁଟର ଲାବ୍ରେ ମାର୍ଚ୍ଚ ୬ରୁ ୧୩ ତାରିଖ ମଧ୍ୟରେ ଜିଲା ଓ ବ୍ଲକସ୍ତରର ମାଷ୍ଟର ଟ୍ରେନରଙ୍କ ଦିଗ୍ଦର୍ଶନ କାର୍ଯ୍ୟକ୍ରମ ହୋଇଥିଲା। ଏହି ମଡ୍ୟୁଲ ନେଇ ମାର୍ଚ୍ଚ ୨୯ ସୁଦ୍ଧା ସିଆରସିସି ଏବଂ ପ୍ରଧାନଶିକ୍ଷକଙ୍କ ଦିଗ୍ଦର୍ଶନ କାର୍ଯ୍ୟକ୍ରମ ଶେଷ କରିବାକୁ ନିର୍ଦେଶ ଦିଆଯାଇଥିଲା। ଯେଉଁ ଜିଲାରେ ତାଲିମ ସରିନାହିଁ, ୯ ତାରିଖ ସୁଦ୍ଧା ଶେଷ କରିବାକୁ କୁହାଯାଇଛି। ୧୦ ତାରିଖରୁ ସମସ୍ତ ବିଦ୍ୟାଳୟରେ ୟୁଏଏସ୍ ମଡ୍ୟୁଲ ଉପସ୍ଥାନ ସହ ବିଦ୍ୟାଳୟ ମନିଟରିଂ ଆରମ୍ଭ କରିବାକୁ ନିର୍ଦେଶ ଦିଆଯାଇଛି।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……