ରିପୋର୍ଟ କାର୍ଡ / ବାଲେଶ୍ଵର
ଜୀବନ ହାରିଲେ ମହିଳା କନଷ୍ଟେବଳ। ବାଲେଶ୍ଵର ପୋଲିସ ବାରାକ୍ ରୁ ଜଣେ ମହିଳା କନଷ୍ଟେବଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ଚିକିତ୍ସା ପାଇଁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ବାଲେଶ୍ଵର ରେମୁଣା ଅଞ୍ଚଳର ଯଶୋଦା ଦାସ ବୋଲି ଜଣାପଡିଛି। ପୋଲିସ ର ପ୍ରାଥମିକ ତଦନ୍ତ ଅନୁଯାୟୀ ସୋର ଅଞ୍ଚଳର ଜଣେ ଯୁବକଙ୍କ ସହ ଯଶୋଦାଙ୍କର ଦୀର୍ଘ ଦିନ ଧରି ସମ୍ପର୍କ ଥିଲା। ତେଣୁ ପ୍ରେମଜନିତ କାରଣରୁ ସେ ଜୀବନ ହାରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ଘଟଣାରେ ପୋଲିସ ଅଧିକ ଛାନଭିନ୍ ଜାରି ରଖିଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..