ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ସରକାର ୱାକଫ ସଂଶୋଧନ ଆଇନ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି। କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ନୂତନ ୱାକଫ୍ ଆଇନ ମଙ୍ଗଳବାର ୮ ଏପ୍ରିଲ୍, ୨୦୨୫ ଠାରୁ ଲାଗୁ ହେବ। ସଂସଦର ଉଭୟ ଗୃହରେ ୱାକଫ୍ ସଂଶୋଧନ ବିଲ୍ ଗୃହୀତ ହେବା ପରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର (୫ ଏପ୍ରିଲ୍) ଏହାକୁ ଅନୁମୋଦନ କରିଥିଲେ। ଦେଶର ଅନେକ ରାଜ୍ୟରେ ନୂତନ ୱାକଫ ଆଇନ ବିରୋଧରେ ପ୍ରତିବାଦ ଚାଲିଥିବା ବେଳେ, କଂଗ୍ରେସ, ଏଆଇଏମଆଇଏମ ଏବଂ ଆମ ଆଦମୀ ପାର୍ଟି (ଆପ) ପୃଥକ ପୃଥକ ଆବେଦନ ସହିତ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।






More Stories
ଆଜି ସାରା ଦେଶରେ ଔଷଧ ଦୋକାନ ବନ୍ଦ…..
ଦେଶ ଏକ ବଡ଼ ‘ଆର୍ଥିକ ଝଡ଼’ର ସମ୍ମୁଖୀନ ହେବାକୁ ଯାଉଛି…..
୨୦ରେ ମିଳିବନି ଔଷଧ…..