ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରୁ ବୁଧବାର ଜବତ ହୋଇଛି ୫୦ ଲକ୍ଷ ଟଙ୍କାର ଧଳାଜହର। ଖଣ୍ଡଗିରି ନାକାଗେଟ୍ ଛକ ଅଞ୍ଚଳରୁ ଏକ ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫୧୫ ଗ୍ରାମ୍ ଧଳାଜହର ସହ ୩ ହଜାରୁ ଅଧିକ ଟଙ୍କା ଜବତ କରିଛି । ଜବତ ଧଳାଜହର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା । ଗିରଫ ଅଭିଯୁକ୍ତ ବାଲେଶ୍ୱର ଅଞ୍ଚଳର ସାହିଲ ମହମ୍ମଦ,ଜାହାଙ୍ଗୀର ମହମ୍ମଦ ବୋଲି ଜଣାପଡିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବିକ୍ରି ପାଇଁ ଆସିଥିବା ବେଳେ ଏହି ୨ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି କରିଛି।






More Stories
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..