ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ୍ ହାସିନାଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ ଜାରି କରିବା ଲାଗି ବାଂଲାଦେଶ ପୋଲିସ ଇଣ୍ଟରପୋଲକୁ ଆବେଦନ କରିଛି। ହାସିନାଙ୍କ ସମେତ ୧୧ ଜଣଙ୍କ ବିରୋଧରେ ନୋଟିସ ଜାରି ପାଇଁ ଆବେଦନ କରାଯାଇଛି। ଏମାନେ ସମସ୍ତେ ମହମ୍ମଦ ୟୁନୁସଙ୍କ ନେତୃତ୍ଵାଧୀନ ଅନ୍ତରୀଣ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଥିବା ନେଇ ଅଭିଯୋଗ କରାଯାଇଛି। ନିକଟରେ ବାଂଲାଦେଶ ପୋଲିସ ପକ୍ଷରୁ ହାସିନା ଏବଂ ଅନ୍ୟ ୭୨ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଏମାନେ ଦେଶରେ ଗୃହଯୁଦ୍ଧ ଯୋଜନା କରୁଥିବା ଏବଂ ଅନ୍ତରୀଣ ସରକାରରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ଦର୍ଶାଇ ଏହି ମାମଲା ରୁଜୁ ହୋଇଥିଲା। ହାସିନାଙ୍କ ବିରୋଧରେ ୧୦୦ରୁ ଅଧିକ ମାମଲା ରୁଜୁ ହୋଇଛି। ଗଣହତ୍ୟା ଏବଂ ଦୁର୍ନୀତି ଭଳି ମାମଲା ତାଙ୍କ ନାମରେ ରହିଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….