ରିପୋର୍ଟ କାର୍ଡ / ପିପିଲି
ଡେଲାଙ୍ଗ ଥାନା ରତନପୁର ଗ୍ରାମର ନିଖୋଜ ୧୧ ବର୍ଷୀୟ ନାବାଳକ ଆଶୀର୍ବାଦ ସାହୁର ମୃତ ଦେହ ପାଇଖାନା ଟାଙ୍କିରୁ ଉଦ୍ଧାର ହୋଇଛି । ୭ ଦିନ ପରେ ପୋଲିସ ସେହି ଗ୍ରାମର ଜଣଙ୍କ ଘର ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର କରିଛି। ତେବେ ହତ୍ୟା ସନ୍ଦେହରେ ଅଭିଯୁକ୍ତ ଦାଦା ପ୍ରଭାକର ସାହୁଙ୍କୁ ପୋଲିସ ଅଟକ ରଖିଛି। ଉତ୍ତ୍ୟେକ୍ତ ଲୋକମାନେ ଅଭିଯୁକ୍ତଙ୍କ ଘର ଭାଙ୍ଗିବା ସହ ତାଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି। ପୂର୍ବ ଶତ୍ରୁତାରୁ ଦାଦା ଏପରି କାଣ୍ଡ ଭିଆଇଥିବା କୁହାଯାଉଥିବାବେଳେ ପୋଲିସ ଏଯାଏ କିଛି ସ୍ପଷ୍ଟ କରିନାହିଁ। ସୂଚନାଯୋଗ୍ୟ, ପୁରୀ ଡେଲାଙ୍ଗ ବ୍ଲକ୍ ରତନପୁର ଗାଁର ମାନସ ସାହୁଙ୍କ ପୁଅ ଆଶୀର୍ବାଦ। ଗତ ୧୫ ତାରିଖ ସନ୍ଧ୍ୟାରେ ଗାଁ ଦାଣ୍ଡରେ ଖେଳୁଥିବାବେଳେ ହଠାତ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ପରଦିନ ଡେଲାଙ୍ଗ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ। ଡେଲାଙ୍ଗ-କଣାସ ଓ ଖୋର୍ଦ୍ଧା ପଟ୍ଟନାୟିକିଆ ରାସ୍ତାକୁ ଅବରୋଧ କରି ପୋଲିସ ଓ ପ୍ରଶାସନଠୁ ନ୍ୟାୟ ଦାବି କରିଥିଲେ। ପୁରୀ ଅତିରିକ୍ତ ଏସପି ଘଟଣାସ୍ଥଳକୁ ଆସିବା ପରେ ଆନ୍ଦୋଳନ ହଟିଥିଲା।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……