Report Card Odisha

| Daily Odia News

ସୁନା ଦର ୯୮ ହଜାର ପାର୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ହୁ ହୁ ହୋଇ ବଢି ଚାଲିଛି ସୁନା ଦର । ଏପ୍ରିଲ ୨୧ ତାରିଖରେ ଅର୍ଥାତ୍‌ ସୋମବାର ସୁନା ଦର ୯୮ ହଜାର ପାର୍‌ ହୋଇଛି। ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୮,୩୫୦ ଟଙ୍କା ରହିଛି। ଗତକାଲି ଏହା ୯୭,୫୮୦ ଟଙ୍କା ଥିଲା। ଏଥିରେ ୭୭୦ ଟଙ୍କା ବୃଦ୍ଧି ହୋଇଛି।

୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୦,୧୫୦ ଟଙ୍କା ରହିଛି । ଗତକାଲି ୮୯,୪୫୦ ଟଙ୍କା ରହିଛି। ଏଥିରେ ୭୦୦ ଟଙ୍କା ବୃଦ୍ଧି ହୋଇଛି ।

୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୭୩,୭୬୦ ଟଙ୍କା ରହିଛି । ଗତକାଲି ଏହା ୭୩,୧୯୦ ଟଙ୍କା ଥିଲା । ଏଥିରେ ୫୭୦ ଟଙ୍କା ବୃଦ୍ଧି ହୋଇଛି।

ସେହିପରି ରୁପା ଦାମ୍‌ ମଧ୍ୟ ବୃଦ୍ଧି ପାଇଛି। ୧୦୦ ଗ୍ରାମ୍‌ ରୁପାକୁ ୧୧,୧୦୦ ରହିଛି। ଗତକାଲି ଏହା ୧୧,୦୦୦ ଥିଲା। ଏଥିରେ ୧୦୦ ଟଙ୍କା ବୃଦ୍ଧି ହୋଇଛି।

Breaking News