ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମେୟର ନିର୍ବାଚନରୁ ଦୂରେଇ ରହିବ ଆମ ଆଦମୀ ପାର୍ଟି। ଦଳ ନିର୍ବାନରେ ଅଂଶଗ୍ରହଣ କରିବ ନାହିଁ ବୋଲି ସୋମବାର ଘୋଷଣା କରିଛି। ଆପ୍ର ଏହି ଘୋଷଣା ପରେ ଦିଲ୍ଲୀ ମହାନଗର ନିଗମ(ଏମସିଡି)ର ନିୟନ୍ତ୍ରଣ ବିଜେପି କବଜାକୁ ଯିବା ସ୍ପଷ୍ଟ ହୋଇଛି। ଆପ୍ର ଦିଲ୍ଲୀ ମୁଖ୍ୟ ସୌରଭ ଭରଦ୍ଵାଜ କହିଛନ୍ତି, ମେୟର ନିର୍ବାଚନରେ ଦଳ କୌଣସି ପ୍ରାର୍ଥୀ ଦେବ ନାହିଁ ବୋଲି ନିଷ୍ପତ୍ତି ନେଇଛି। ବିଜେପି ନିଜ ମେୟର ଚୟନ କରିବା ଉଚିତ। ଏହା ସହିତ ବିଜେପି ବିନା କୌଣସି ଦ୍ଵିଧାରେ ନିଜର ଷ୍ଟାଣ୍ଡିଂ କମିଟି ଗଠନ କରି ମହାନଗର ପରିଚାଳନା କରିବା ଉଚିତ। ସୌରଭ ଅଭିଯୋଗ କରି କହିଛନ୍ତି ଯେ, ବିଜେପି ବିଧି ବ୍ୟବସ୍ଥାକୁ ଗୋଳିଆ କରିସାରିଛି। ଦୁର୍ନୀତି ଜରିଆରେ ବିଭିନ୍ନ ପଦପଦବୀ କବଜା କରିବାକୁ ଉଦ୍ୟମ କରୁଛି।






More Stories
PUC ବିନା ମିଳିବନି ପେଟ୍ରୋଲ-ଡିଜେଲ୍….
ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା….
ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟିଂ ଆରମ୍ଭ….