ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ନିରସ୍ତ୍ର ପର୍ଯ୍ୟଟକଙ୍କ ଉପରେ ଏପରି ବର୍ବର ଆକ୍ରମଣ ପରେ, ଆଜି ଦିଲ୍ଲୀରେ ଏକ CCS ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମୟରେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିଷୟରେ ଗୃହମନ୍ତ୍ରୀ ଅମିତ ଶାହ, ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଏବଂ ଜମ୍ମୁ-କାଶ୍ମୀର ପ୍ରଦେଶ କଂଗ୍ରେସ ସଭାପତି ତାରିକ କରାଙ୍କ ସହ କଥା ହୋଇଛନ୍ତି ଏବଂ ସେଠାକାର ପରିସ୍ଥିତି ବିଷୟରେ ପଚାରି ବୁଝିଛନ୍ତି। ରାହୁଲ କହିଛନ୍ତି ଯେ ପୀଡିତ ପରିବାର ନ୍ୟାୟ ଏବଂ ଆମର ସମର୍ଥନ ପାଇବାକୁ ହକଦାର। ସେମାନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ମିଳିବା ଉଚିତ। ସେହିପରି କଂଗ୍ରେସ ନେତା ମଲ୍ଲିକାର୍ଜୁନ କହିଛନ୍ତି ଯେ ଜମ୍ମୁ-କଶ୍ମୀରର ପହଲଗାମରେ ର୍ନିଦ୍ଦୋଷ ପର୍ଯ୍ୟଟକଙ୍କ ଉପରେ ହୋଇଥିବା କାପୁରୁଷୋଚିତ ଆତଙ୍କବାଦୀ ଆକ୍ରମଣକୁ ମୁଁ ଦୃଢ଼ ନିନ୍ଦା କରୁଛି। ସୀମାପାର ଆତଙ୍କବାଦ ବିରୋଧରେ ସମଗ୍ର ଦେଶ ଏକଜୁଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସାଉଦି ଆରବ ଗସ୍ତକୁ ମଝିରେ ଛାଡି ଦିଲ୍ଲୀ ଫେରି ଯାଇଛନ୍ତି। ଏହି ଆକ୍ରମଣ ସମ୍ପର୍କରେ ଏକ CCS ବୈଠକ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିରେ ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ। ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ TRF ଦାୟୀ ବୋଲି ଦାବି କରିଛି। ଏହି ଆକ୍ରମଣରେ ହିନ୍ଦୁ ପର୍ଯ୍ୟଟକଙ୍କୁ ଟାର୍ଗେଟ କରାଯାଇଥିଲା।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..