ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୋଟେରାର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚକୁ ଏକ ଇନିଂସ ଏବଂ ୨୫ ରନରେ ଜିତି ନେଇଛି ଭାରତ । ଏହା ସହିତ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୩-୧ରେ କବ୍ଜା କରିନେଇଛି ଟିମ୍ ଇଣ୍ଡିଆ । ମାତ୍ର ୩ ଦିନରେ ଶେଷ ହୋଇଛି ଅନ୍ତିମ ଟେଷ୍ଟ । ଦ୍ବିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିବା ଇଂଲଣ୍ଡ ମାତ୍ର ୧୩୫ ରନରେ ଅଲଆଉଟ ହୋଇଯାଇଛି । ପଡିଆ ମଧ୍ୟରେ ପୁଣି ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନଙ୍କୁ ଧୂଳି ଚଟାଇଛନ୍ତି ଅଶ୍ବିନ-ଅକ୍ଷର ଯୋଡି । ଅକ୍ଷର ପଟେଲ ପୁଣି ଥରେ କମାଲ କରିବା ସହିତ ୫ ଓ୍ବିକେଟ୍ ହାସଲ କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନ ମଧ୍ୟ ୫ ଓ୍ବିକେଟ୍ ହାସଲ କରିଛନ୍ତି ।






More Stories
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ମୋଦିଙ୍କ ଓଡ଼ିଶା ଗସ୍ତର କାର୍ଯ୍ୟସୂଚୀ…..
ଗୋଟିଏ ଟ୍ରାକ୍ ରେ ୨ ଟ୍ରେନ୍ ମୁହାଁମୁହିଁ…..