Report Card Odisha

| Daily Odia News

ଅଭିନେତା ମିଥୁନ ଚକ୍ରବର୍ତ୍ତୀ ବିଜେପିରେ ଯୋଗଦେବାନେଇ ଚର୍ଚ୍ଚା , ବିଜେପିରେ ଯୋଗ ଦେଲେ ଦିନେଶ ତ୍ରିବେଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜ୍ୟସଭା ସଦସ୍ୟ ତଥା ଅଭିନେତା ମିଥୁନ ଚକ୍ରବର୍ତ୍ତୀ ବିଜେପିରେ ଯୋଗଦେବାନେଇ ଜୋରଦାର ଚର୍ଚ୍ଚା ହେଉଛି । ଆସନ୍ତାକାଲି କୋଲକାତାର ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗଦେଉଛନ୍ତି । ତେବେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ମିଥୁନ ବିଜେପି ପାଇଁ ପ୍ରଚାର କରିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅଭିନେତା ମିଥୁନ ଚକ୍ରବର୍ତ୍ତୀ ବିଜେପିରେ ଯୋଗଦେବାନେଇ ଚର୍ଚ୍ଚା ଯୋରଧରିଛି । ସୂଚନାନୁସାରେ, ସେ ମାର୍ଚ୍ଚ ୭ ଅର୍ଥାତ୍‌ ଆସନ୍ତାକାଲି କୋଲକାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ରିଗେଡ୍ ଗ୍ରାଉଣ୍ଡରେ ଯୋଗଦେବେ। ସେପଟେ ଆଜି ପୁଣି ଦଳ ଛାଡ଼ିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିନେଶ ତ୍ରିବେଦୀ ।

ଯାହାକି ମମତା ଦିଦିଙ୍କୁ ଆଉ ଏକ ଝଟକା ଲାଗିଛି । ନୂଆଦିଲ୍ଲୀରେ ଦଳ ସଭାପତି ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ଦିନେଶ ତ୍ରିବେଦୀ ହାତ ଧରିଛନ୍ତି । ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡ଼ି ଲୋକପ୍ରିୟ ନେତାମାନଙ୍କ ପଦ୍ମ ଧରିବା ଶାସକଦଳ ପାଇଁ ଆଦୌ ଶୁଭଙ୍କର ନୁହେଁ । ଟିଏମସିରେ ଦୀର୍ଘ ଦିନ ଧରି ଦିନେଶ ତ୍ରିବେଦୀଙ୍କୁ ଅବହେଳା କରାଯାଇଥିଲା। ରାଜ୍ୟରେ ହତ୍ୟା, ହିଂସା ବଢ଼ିଛି ତେଣୁ ଏହାକୁ ଦୂର କରିବା ସହ ସୁଶାସନ ଆଣିଥିବା ପାଇଁ ସେ ବିଜେପି ସହ ସାମିଲ ହୋଇଥିବା କହିଛନ୍ତି । ମମତାଙ୍କ ସମୟ ସରିଛି, ନିର୍ବାଚନରେ ଲୋକେ ଠିକ୍ ଲୋକଙ୍କୁ ଭୋଟ୍ ଦେବେ ବୋଲି କହିଛନ୍ତି ଦିନେଶ ।

Breaking News