ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପହଲଗାମ୍ ଆତଙ୍କୀ ହମଲା ପରେ ଆଜି ଜମ୍ମୁ କାଶ୍ମୀରର ଶ୍ରୀନଗର ଗସ୍ତ କରିବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଆତଙ୍କୀ ହମଲା ପରେ ଆମେରିକା ଗସ୍ତରେ ଥିବା ରାହୁଲ ନିଜ ଗସ୍ତକୁ କାଣ୍ଟଛାଣ୍ଟ କରି ଗତକାଲି ସକାଳେ ଦିଲ୍ଲୀ ଫେରିଥିଲେ ଏବଂ ସଂଧ୍ୟାରେ ସର୍ବଦଳୀୟ ବୈଠକରେ ଯୋଗଦେଇଥିଲେ । ଆଜି ଶ୍ରୀନଗର ଯାଇ ଘଟଣା ବାବଦରେ ଅନୁଧ୍ୟାନ କରିବେ । ତେବେ ସର୍ବଦଳୀୟ ବୈଠକରେ କେନ୍ଦ୍ର ଯାହା ଆକ୍ସନ ନେବ ତାକୁ ସମର୍ଥନ ଦେବାକୁ କହିଥିଲେ ରାହୁଲ । ଆକ୍ରମଣ ଘଟଣାକୁ ସବୁ ଦଳ ନିନ୍ଦା କରିଛନ୍ତି । କେନ୍ଦ୍ର ଯାହା କାର୍ଯ୍ଯାନୁଷ୍ଠାନ ନେବ ଆମର ପୂର୍ଣ୍ଣ ସମର୍ଥନ ରହିବ ବୋଲି କାଲି କହିଥିଲେ ରାହୁଲ ।






More Stories
କୌଣସି ଲକ୍ଡାଉନ୍ ହେବନି…..
ଶପଥ ନେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ….
ସିଏମ୍-ପିଏମ୍ ଆଲୋଚନା…..