ରିପୋର୍ଟ କାର୍ଡ /ମାଲକାନଗିରି
ମାଓବାଦୀ ସଙ୍ଗଠନ ଦୁର୍ବଲ ହେଉଥିବା ବେଳେ ସରକାରଙ୍କ ସହ ଶାନ୍ତି କଥାବାର୍ତ୍ତା ପାଇଁ ମାଓବାଦୀ ସଙ୍ଗଠନ ପ୍ରସ୍ତୁତ ବୋଲି ଅନୁରୋଧ କରିଛନ୍ତି। ଏନେଇ ଉତ୍ତର ପଶ୍ଚିମ ସବ୍ ଜୋନାଲ ବ୍ୟୁରୋ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଶୁକ୍ରବାର ଜଣାଇ ଦିଆଯାଇଛି। ଅନ୍ୟପକ୍ଷେ ଯବାନଙ୍କ ପକ୍ଷରୁ ଛତିଶଗଡ଼ରେ ବଡ଼ ଅପରେଶନ ଚାଲିଥିବା ବେଳେ ଶାନ୍ତି କଥାବାର୍ତ୍ତା ପାଇଁ ମାଓବାଦୀଙ୍କ ପକ୍ଷରୁ ଅପିଲ କରାଯାଇଛି। ସମସ୍ୟାର ସମାଧାନ ଶାନ୍ତି କଥାବାର୍ତ୍ତା ଦ୍ୱାରା ହେଉ। ଶାନ୍ତି କଥାବାର୍ତ୍ତା ପାଇଁ ସଙ୍ଗଠନ ସବୁବେଳେ ପ୍ରସ୍ତୁତ ବୋଲି ବିଜ୍ଞପ୍ତି ମାଧ୍ୟମରେ ସରକାରଙ୍କୁ ଅବଗତ କରାଯାଇଛି। ଏପରିକି ଛତିଶଗଡ଼-ତେଲେଙ୍ଗାନା ସୀମାରେ ଜାରି ସୈନ୍ୟ ଅଭିଯାନକୁ ତୁରନ୍ତ ରୋକାଯାଉ ବୋଲି ଉତ୍ତର ପଶ୍ଚିମ ସବ୍ ଜୋନାଲ ବ୍ୟୁରୋ ପକ୍ଷରୁ କୁହାଯାଇଛି।






More Stories
ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ…..
ଫାଇଲ୍ ରିସିଭ୍ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି…..
ଛାତ୍ର ସଂସଦ ନିର୍ବାଚନ:ଖର୍ଚ୍ଚରେ ଲାଗିଲା କଟକଣା…..