ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଜେପି ନେତା ରାଜା ଇକ୍ବାଲ ସିଂହ ଦିଲ୍ଲୀ ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ନିର୍ବାଚନରେ ରାଜା ୧୩୩ଟି ଭୋଟ ପାଇଥିବାବେଳେ କଂଗ୍ରେସ ପ୍ରତିଦ୍ବନ୍ଦ୍ବୀ ମନଦୀପ ସିଂହଙ୍କୁ କେବଳ ୮ଟି ଭୋଟ ମିଳିଛି। ଆପ୍ ଏହି ନିର୍ବାଚନକୁ ବର୍ଜନ କରିଛି। ଡେପୁଟି ମେୟର ପଦ ମଧ୍ୟ ବିଜେପି ହାତକୁ ଯାଇଛି। କଂଗ୍ରେସ ପ୍ରାର୍ଥୀ ଅରିବା ଖାନ୍ ପ୍ରତିଦ୍ବନ୍ଦ୍ବିତାରୁ ଓହରିଯିବାରୁ ବିଜେପିର ଜୟ ଭଗବାନ ଯାଦବ ଡେପୁଟି ମେୟର ପଦ ହାତେଇବାରେ ସଫଳ ହୋଇଛନ୍ତି। ବର୍ତ୍ତମାନ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏମସିଡି)ରେ ୨୩୮ ସଦସ୍ୟ ଥିବାବେଳେ ୧୨ଟି ପଦ ଖାଲି ପଡିଛି।






More Stories
ନୀତୀଶ ହେବେ ଉପ-ପ୍ରଧାନମନ୍ତ୍ରୀ !…..
ଦିଲ୍ଲୀରେ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…..
କିଭ୍ ଉପରେ ରୁଷ୍ର ଆକ୍ରମଣ; ୩୦ମୃତ…..