ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଜେପି ନେତା ରାଜା ଇକ୍ବାଲ ସିଂହ ଦିଲ୍ଲୀ ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ନିର୍ବାଚନରେ ରାଜା ୧୩୩ଟି ଭୋଟ ପାଇଥିବାବେଳେ କଂଗ୍ରେସ ପ୍ରତିଦ୍ବନ୍ଦ୍ବୀ ମନଦୀପ ସିଂହଙ୍କୁ କେବଳ ୮ଟି ଭୋଟ ମିଳିଛି। ଆପ୍ ଏହି ନିର୍ବାଚନକୁ ବର୍ଜନ କରିଛି। ଡେପୁଟି ମେୟର ପଦ ମଧ୍ୟ ବିଜେପି ହାତକୁ ଯାଇଛି। କଂଗ୍ରେସ ପ୍ରାର୍ଥୀ ଅରିବା ଖାନ୍ ପ୍ରତିଦ୍ବନ୍ଦ୍ବିତାରୁ ଓହରିଯିବାରୁ ବିଜେପିର ଜୟ ଭଗବାନ ଯାଦବ ଡେପୁଟି ମେୟର ପଦ ହାତେଇବାରେ ସଫଳ ହୋଇଛନ୍ତି। ବର୍ତ୍ତମାନ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏମସିଡି)ରେ ୨୩୮ ସଦସ୍ୟ ଥିବାବେଳେ ୧୨ଟି ପଦ ଖାଲି ପଡିଛି।
More Stories
ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା କମାଣ୍ଡର ଅଲି ଜାମୋଲ ନିପାତ…..
ନିଜକୁ ସାମ୍ବାଦିକା କହି ଭାରତର ରୁ ତଥ୍ୟ ସଂଗ୍ରହ କରୁଥିଲେ…..
ଜୁନ ୧ରୁ ବଦଳିବ ଏହି ସବୁ ନିୟମ…..