ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ବି ଏଲଓସିରେ ଉତ୍ତେଜନା ଜାରି ରହି ଗୁଳିମାଡ଼ ହୋଇଛି । ଏଲଓସିରେ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ସାରା ରାତି ପାକିସ୍ତାନ ଆଉଟପୋଷ୍ଟରୁ ଗୁଳିବର୍ଷା ହୋଇଛି । ଆଉ ଏହାର କଡ଼ା ଜବାବ ଦେଇଛନ୍ତି ଭାରତୀୟ ଯବାନ । ଭାରତର କୂଟନୈତିକ ଆକ୍ସନ ଏବଂ ଆତ୍କୀ ଉପରେ ଅତର୍କିତ ହମଲା ପରେ ବାଉଳିଚାଉଳି ହେଉଛି ପାକିସ୍ତାନ ଆଉ ଏଲଓସିରେ ସେନାକୁ ଲଗାଇ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ଯାହାର ଜବାବ ଦଇଛି ଭାରତୀୟ ସେନା । ତେବେ ଗତକାଲି ମଧ୍ଯ ଏଲଓସିରେ ପାକିସ୍ତାନ ଆଗୁଆ ଗୁଳିମାଡ କରିଥିଲା । ଭାରତର ଆକ୍ସନ ପରେ ବିଳିବିଳେଇ ଯାଇଥିବା ପାକିସ୍ତାନ ଭୟରେ ସୀମାରେ ଆଗୁଆ ଫାୟାରିଂ କରିଥିଲା । ଏହା ପରେ ଭାରତ – ପାକିସ୍ତାନ ସୀମାରେ ଗୁଳିବିନିମୟ ଆରମ୍ଭ ହୋଇଥିବା ବେଳେ କାଲି ବି ରାତିସାରା ଫାୟାରିଂ କରିଥିଲେ ପାକିସ୍ତାନ ସେନା । ପହଲଗାମ ଆକ୍ରମଣକୁ ନେଇ ପାକିସ୍ତାନ ବିରୋଧରେ କଡା ଆକ୍ସନ ପରେ ଛାନିଆ ହୋଇ ପଡିଛି ପଡୋଶୀ । ତେଣୁ ଭୟରେ ସାରା ରାତି ପାକ୍ ସେନା ପକ୍ଷରୁ ଗୁଳିବିନିମୟ କରାଯାଉଛି । କାଳେ ଭାରତ ରାତି ଅଧରେ କିଛି ବିରାଟ ବଡ ଷ୍ଟ୍ରାଇକ କରି ଦେବ କି ସେନେଇ ଛାନିଆରେ ଗୁଳିମାଡ କରୁଛି ପାକିସ୍ତାନ । ଯାହାର କଡ଼ା ଜବାବ ଦେଉଛନ୍ତି ଭାରତୀୟ ଯବାନ । ଆଜି ବି କୌଣସି ମୃତାହତର ଖବର ନାହିଁ କିନ୍ତୁ ଛକପଞ୍ଝା ଜାରି ରହିଛି ।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..