ରିପୋର୍ଟକାର୍ଡ / ନୂଆଦିଲ୍ଲୀ/ ଭୁବନେଶ୍ୱର
୨୦୨୫ ବର୍ଷ ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ ସମାରୋହରେ ୪ ଜଣ ପଦ୍ମବିଭୂଷଣ, ୧୦ ଜଣ ପଦ୍ମଭୂଷଣ ଏବଂ ୫୭ ଜଣ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି | ରାଷ୍ଟ୍ରପତି ଭବନ ଗଣତନ୍ତ୍ର ମଣ୍ଡପ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶାରୁ ଶିଳ୍ପୀ ଅଦ୍ବୈତ ଚରଣ ଗଡ଼ନାୟକ ବିଶିଷ୍ଟ ସ୍ନାୟୁଶଲ୍ୟ ଚିକିତ୍ସକ ପ୍ରଫେସର ଅଶୋକ କୁମାର ମହାପାତ୍ର ଓଡିଶୀ ନୃତ୍ୟ ବିଶାରଦ ଗୁରୁ ଦୁର୍ଗାଚରଣ ରଣବୀର ଏବଂ ସାହିତ୍ୟ ଏବଂ ଶିକ୍ଷା ପ୍ରତି ସମର୍ପଣ ପାଇଁ ପ୍ରତିଭା ଶତପଥିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଆସନ୍ତା ସପ୍ତାହରେ ଦ୍ବିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ ସମାରୋହରେ ୨୦୨୫ ବର୍ଷ ପାଇଁ ଘୋଷିତ ଅନ୍ୟ ପ୍ରତିଭାଙ୍କୁ ସମ୍ମାନିତ କରାଯିବ l ୨୦୨୫ ବର୍ଷ ନିମନ୍ତେ ଓଡିଶାରୁ ପଦ୍ମଶ୍ରୀ ପୁରସ୍କାର ଲାଗି ୪ ଜଣଙ୍କ ନାମ ଘୋଷିତ ହୋଇଥିଲା।






More Stories
ବୀମା ଟଙ୍କା ପାଇଁ ବାପାକୁ ସାପ ଚୋଟ…..
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଯୁବ କଂଗ୍ରେସ…..
ଇମ୍ରାନ୍ ଖାନ୍ ଏବଂ ବୁଶରା ବିବିଙ୍କୁ ଜେଲ୍ ଦଣ୍ଡ……