ରିପୋର୍ଟକାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲା ଦୀଘାରେ ଭବ୍ୟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେଲା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ପବିତ୍ର ଅକ୍ଷୟ ତୃତୀୟ ଅବସରରେ ବୁଦବାର ଅପରାହ୍ଣରେ ଉଦ୍ଘାଟନ କରିଛନ୍ତି। ମନ୍ଦିର ପ୍ରତିଷ୍ଠା ହେଲା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଭୁ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ସମୁଦ୍ର ଉପକୂଳବର୍ତ୍ତୀ ସହର ଦୀଘାରେ ନିର୍ମିତ ଏହି ଭବ୍ୟ ମନ୍ଦିରରେ ସବୁ ଧର୍ମର ଲୋକେ ପ୍ରବେଶ କରିପାରିବେ ବୋଲି କୁହାଯାଇଛି। ଅର୍ଥାତ ହିନ୍ଦୁଧର୍ମର ମନ୍ଦିରଗୁଡ଼ିକରେ ମୁଖ୍ୟତଃ ଅନ୍ୟ ଧର୍ମାବଳମ୍ବୀମାନଙ୍କୁ ବାରଣ ଥିବା ବେଳେ ଦୀଘା ଜଗନ୍ନାଥ ମନ୍ଦିରରେ ଏସବୁ କଟକଣା ନାହିଁ ବୋଲି କୁହାଯାଉଛି।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..