ରିପୋର୍ଟକାର୍ଡ / ଭୁବନେଶ୍ୱର
କିଟ୍ ବିଶ୍ଵବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । କମ୍ପ୍ୟୁଟର ସାଇନ୍ସର ପ୍ରଥମ ବ୍ୟାଚ୍ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ୨୧ ବର୍ଷୀୟା ପ୍ରୀଶା ସାହା । ତାଙ୍କ ଘର ନେପାଳର ବୀରଗଞ୍ଜ ଅଞ୍ଚଳରେ । ସେ ୪ ନମ୍ବର ଛାତ୍ରୀ ନିବାସରେ ରହୁଥିଲେ । ତାଙ୍କର ମୃତ ଦେହକୁ ହଷ୍ଟେଲ ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହା ହତ୍ୟା ନା ଆତ୍ମହତ୍ୟା ନା ଅନ୍ୟ କୌଣସି କାରଣରୁ ମୃତ୍ୟୁ ତାହା ପୋଲିସ ତଦନ୍ତ କରୁଛି । ଇନଫୋସିଟି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଛି । ଗତ କିଛିଦିନ ତଳେ ପୁରୁଷ ବନ୍ଧୁଙ୍କ ଉତ୍ପୀଡନରେ ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଥିଲେ । ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।






More Stories
ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଘୋଷଣା…..
ଜଳିଗଲା ବସ୍,୧୦ ମୃତ……
ରାଜା ଚକ୍ର ସମେତ ୧୧ ଅଭିଯୁକ୍ତଙ୍କ ନାଁରେ ଇଡି ଚାର୍ଜସିଟ୍…..