ରିପୋର୍ଟକାର୍ଡ / ଭୁବନେଶ୍ବର
ଦୀଘା ଜଗନ୍ନାଥ ମନ୍ଦିର ବିବାଦର ତଦନ୍ତ ନିର୍ଦ୍ଦେଶ ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଶ୍ରୀମନ୍ଦିର ପ୍ରଶାସନକୁ ଅନ୍ତରୀଣ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଲେ ଆଇନ ମନ୍ତ୍ରୀ । ତଦନ୍ତ କରାଯାଇ ସତ୍ୟାସତ୍ୟ ଜନମାନସକୁ ଆଣିବାକୁ ବ୍ୟବସ୍ଥା ହେବା ସହ କେହି ଦୋଷୀ ସାବ୍ୟସ୍ତ ହେଲେ ଦଣ୍ଡବିଧାନ ମଧ୍ୟ କରାଯାଇପାରେ । ମନ୍ତ୍ରୀ କହିଛନ୍ତି କି ଜଗନ୍ନାଥ ମନ୍ଦିର ନେଇ କିଛି ଦିନ ହେବ ଦ୍ବନ୍ଦ୍ବାତ୍ମକ ତଥ୍ୟ ପ୍ରଚାରିତ ହେଉଛି । ଦୀଘାରେ ଜଗନ୍ନାଥ ମନ୍ଦିର ହେବା, ଏହାକୁ ଜଗନ୍ନାଥ ଧାମ ନାମ ଦେବା, ସେବାୟତମାନେ ମନ୍ଦିର ପ୍ରତିଷ୍ଠାରେ ଯୋଗଦେବା ସହ ବଳକା ଦାରୁକାଠରେ ପ୍ରତିମା ନିର୍ମାଣ ହେବା ଚର୍ଚ୍ଚା ଅଗ୍ରହଣୀୟ ବୋଲି ସେ କହିଛନ୍ତି । ଶ୍ରୀମନ୍ଦିର ପ୍ରଶାସନକୁ ଅନ୍ତରୀଣ ତଦନ୍ତ କରି ସତ୍ୟାସତ୍ୟକୁ ସାମ୍ନାକୁ ଆଣିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଦୀଘା ଜଗନ୍ନାଥ ଧାମ, ପଥର ମୂର୍ତ୍ତି ଓ ବ୍ରହ୍ମ ପ୍ରତିଷ୍ଠାକୁ ନେଇ ବିବାଦ ବଢିବାରେ ଲାଗିଛି ଯାହା ଜଗନ୍ନାଥପ୍ରେମୀଙ୍କୁ ଅସନ୍ତୁଷ କରୁଛି ।






More Stories
ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଘୋଷଣା…..
ଜଳିଗଲା ବସ୍,୧୦ ମୃତ……
ରାଜା ଚକ୍ର ସମେତ ୧୧ ଅଭିଯୁକ୍ତଙ୍କ ନାଁରେ ଇଡି ଚାର୍ଜସିଟ୍…..