ରିପୋର୍ଟକାର୍ଡ / ଭୁବନେଶ୍ୱର
ଓଡ଼ିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷାଫଳ ଚଳିତ ମାସ ୬ ତାରିଖରେ ପ୍ରକାଶ ପାଇବ ବୋଲି ଶନିବାର ଏକ ଗୁଜବ ସୃଷ୍ଟି ହୋଇଥିଲା। ତେବେ ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ ପରିଡ଼ା ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି। ଡ. ପରିଡ଼ା କହିଛନ୍ତି, ସୋସିଆଲ ମିଡିଆରେ ଏକ ଫେକ୍ ଡ୍ରାଫ୍ଟ ଘୂରିବୁଲୁଛି। ଏହାକୁ ଛାତ୍ରୀଛାତ୍ର କିମ୍ବା ଅଭିଭାବକ ଧ୍ୟାନ ଦିଅନ୍ତୁ ନାହିଁ। ମେ’ ମାସ ତୃତୀୟ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ସେ ସୂଚନା ଦେଇଛନ୍ତି। ତେବେ ଯୁକ୍ତ୨ ପରୀକ୍ଷା ସମାପ୍ତ ହେବାର ୪୫ ଦିନ ମଧ୍ୟରେ ପରୀକ୍ଷାଫଳ ପ୍ରକାଶ ପାଇବା ନେଇ ପରିଷଦ ସ୍ଥିର କରିଥିଲା। ମାତ୍ର ଖରା କାରଣରୁ ଖାତାଦେଖାରେ କିଛିମାତ୍ରାରେ ବିଳମ୍ବ ହୋଇଥିବା ସେ କହିଛନ୍ତି। ସୂଚନାଥାଉ କି, ଫେବୃଆରୀ ୧୮ରୁ ମାର୍ଚ୍ଚ ୨୭ ଯାଏ ଯୁକ୍ତ ୨ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୧୨୭୬ ସେଣ୍ଟରରେ ୩,୯୩,୬୧୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..