ରିପୋର୍ଟକାର୍ଡ / ସୁକୁମା
ମାଓବାଦୀ ବର୍ବର କାଣ୍ଡ ଭିଆଇଛନ୍ତି । ନାୟବ ସରପଞ୍ଚଙ୍କୁ ଗଳାକାଟି ହତ୍ୟା। ମାଓବାଦୀମାନେ ଛତିଶଗଡ଼଼ ସୁକୁମା ଜିଲ୍ଲାରେ ନାୟବ ସରପଞ୍ଚଙ୍କୁ ଅତି ନିର୍ମମ ଭାବେ ଗଳାକାଟି ହତ୍ୟା କରିଛନ୍ତି। ସେମାନେ ପୋଲିସ ଇନଫର୍ମର ସନ୍ଦେହରେ ନାୟବ ସରପଞ୍ଚଙ୍କୁ ହତ୍ୟା କରିଥିବା ପ୍ରକାଶ କରିଛନ୍ତି। ଛତିଶଗଡ଼଼ ସୁକୁମା ଜିଲ୍ଲା ତାରଲାବେଡ଼ା ପଞ୍ଚାୟତର ନାୟବ ସରପଞ୍ଚ ମୁଚାକି ରାମାଙ୍କୁ ମାଓବାଦୀମାନେ ହତ୍ୟା କରିବା ପରେ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ନାୟବ ସରପଞ୍ଚଙ୍କ ହତ୍ୟାକାଣ୍ଡ ପରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ଜୋରଦାର କରାଯାଇଛି। ହତ୍ୟାକାଣ୍ଡ ଭିଆଇଥିବା ମାଓବାଦୀମାନଙ୍କୁ ମୁହଁତୋଡ ଯବାବ ଦିଆଯିବ ଏବଂ ସେମାନେ ଯେକୌଣସି ସ୍ଥାନରେ ଲୁଚି ରହିଥିଲେ ବି ଖୋଜି ବାହାର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।






More Stories
ଗାଡ଼ିକୁ ପରିମିଟ୍ ଫି’ ଛାଡ଼…..
ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ…..
ଝାରପଡ଼ା ଜେଲରେ ଅସମ୍ଭାଳ ସ୍ଥିତି…..