ରିପୋର୍ଟକାର୍ଡ / ନୂଆଦିଲ୍ଲୀ
ପହଲଗାମ ଆକ୍ରମର ପ୍ରତିଶୋଧ ନେଲା ଭାରତ। ପାକିସ୍ତାନରେ ଭାରତର ଅପରେସନ୍ ସିନ୍ଦୂର। ଗତକାଲି ବିଳମ୍ବିତ ରାତିରେ ପାକିସ୍ତାନ ଓ ପିଓକେରେ ସେନାର ପ୍ରଚଣ୍ଡ ହମ୍ଲା ହୋଇଛି। ପାକିସ୍ତାନର ଆତଙ୍କୀ ଶିବିରରେ ମିସାଇଲ୍ ଆଟାକ୍ ହୋଇଛି। ଆତଙ୍କୀ ମସୁଦ ଆଝାରର ବହାଓ୍ବଲପୁର ଠିକଣାରେ ମୋଟ୍ ୯ଟି ସ୍ଥାନକୁ ଟାର୍ଗେଟ୍ କରି ଏହି ହମ୍ଲା ହୋଇଛି। ବାହାବଲପୁର, ମୁରିଦକେ, ଗୁଲପୁର, ସୱାଇ ,ବିଲାଲ କ୍ୟାମ୍ପ,କୋଟଲି କ୍ୟାମ୍ପ, ବର୍ଣ୍ଣାଲା କ୍ୟାମ୍ପ,ସର୍ଜାଲ କ୍ୟାମ୍ପ , ମେହମୁନା କ୍ୟାମ୍ପ | ଯାହାକୁ ‘ଅପରେସନ ସିନ୍ଦୂର’ ନାମ ଦିଆଯାଇଛି। ଏହି ଆକ୍ରମଣରେ ୧୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି । ଏବଂ ୩ ଜଣ ଭାରତୀୟ ସେନା ସହିଦ ହୋଇଥିବା ସୂଚନା ମିଳିଛି। ୧୯୭୧ ଯୁଦ୍ଧ ପରେ ପ୍ରଥମ କରି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିଛି। ଅଧ ରାତିରେ ସୁଖୋଇ-ରାଫେଲରୁ ଦିଆଗଲା ଆତଙ୍କୀଙ୍କୁ ରକ୍ତର ଜବାବ । ଏୟାର ଷ୍ଟ୍ରାଇକରେ ସାମିଲ ଥିଲେ ୮ଟି ସୁଖୋଇ, ୪ଟି ରାଫେଲ । ବ୍ରହ୍ମୋସ୍ ମିସାଇଲ ମାଡ଼ରେ ମାଟିରେ ମିଶିଲା ଆତଙ୍କୀ ଆଡ୍ଡା । ସେପଟେ ଭାରତର ଆକ୍ରମଣ ପରେ ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି । ସବୁଠି ଭୟ ଆତଙ୍କର ବାତାବରଣ । ଲାହୋର ଏୟାରପୋର୍ଟରେ ଏମର୍ଜେନ୍ସି ଘୋଷଣା ହୋଇଛି । ଏପଟେ ଶ୍ରୀନଗର ବିମାନବନ୍ଦରକୁ ମଧ୍ୟ ଯାତ୍ରୀଙ୍କ ପାଇଁ ବନ୍ଦ କରାଯାଇଛି ।






More Stories
୩ ନୂଆ ଏୟାରଲାଇନ୍ସକୁ ମଞ୍ଜୁରୀ…..
ବାଂଲାଦେଶ ହିଂସା:ଆଉ ଜଣେ ମୃତ…..
୪୩୦୦ କୋଟିରେ ବିକ୍ରି ହେଲା ପାକ୍ ଏୟାରଲାଇନ୍…..