ରିପୋର୍ଟକାର୍ଡ / ନୂଆଦିଲ୍ଲୀ
ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ)କୁ କଡ଼ା ସମାଲୋଚନା କରିଛନ୍ତି ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା। ପାକିସ୍ତାନ ସୀମାପାର ଆତଙ୍କବାଦକୁ ପାଣ୍ଠି ଯୋଗାଇବା ସହିତ ଭାରତର ଜାମ୍ମୁ-କାଶ୍ମୀର ଅନ୍ତର୍ଗତ ବିଭିନ୍ନ ସୀମାନ୍ତ ଅଞ୍ଚଳରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ଏପରି ପରିସ୍ଥିତିରେ ଆଇଏମଏଫ କିପରି ପାକିସ୍ତାନକୁ ଋଣ ପ୍ରଦାନ କଲା ବୋଲି ଓମାର ପ୍ରଶ୍ନ କରିଛନ୍ତି। ଓମାର କହିଛନ୍ତି, ଅନ୍ତର୍ଜାତୀୟ କମ୍ୟୁନିଟି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଉତ୍ତେଜନା ହ୍ରାସ ପାଇଁ କିପରି ଚିନ୍ତା କରୁଛି। ଗୋଟିଏ ପଟେ ଯୁଦ୍ଧ ବନ୍ଦ କରିବାକୁ କହୁଥିବା ସମୟରେ ଅନ୍ୟପଟେ ଅନ୍ତର୍ଜାତୀୟ ସଂସ୍ଥା ପାକିସ୍ତାନକୁ ପାଣ୍ଠି ଯୋଗାଉଛି। ଏହି ପାଣ୍ଠିକୁ ପାକିସ୍ତାନ ଯୁଦ୍ଧାସ୍ତ୍ର କ୍ରୟରେ ବିନିଯୋଗ କରି ଜାମ୍ମୁ-କାଶ୍ମୀରର ପୁଞ୍ଚ, ରଜୌରୀ, ଉରି ଟାଙ୍ଗଧର ଏବଂ ଅନ୍ୟ ସ୍ଥାନକୁ ଧ୍ବଂସ କରୁଛି। ସୂଚନାଯୋଗ୍ୟ, ଗତ ଶୁକ୍ରବାର ଆଇଏମଏଫର ଏକ ବୈଠକରେ ପାକିସ୍ତାନକୁ ୧୩୦ କୋଟି ଡଲାରର ଋଣ ମଞ୍ଜୁରୀ କରାଯାଇଛି।






More Stories
ଦିଲ୍ଲୀରେ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…..
କିଭ୍ ଉପରେ ରୁଷ୍ର ଆକ୍ରମଣ; ୩୦ମୃତ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ;ଓଡ଼ିଶାକୁ ଆଲର୍ଟ…..