ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀରେ ଆମ ଆଦମି ପାର୍ଟିକୁ ବଡ଼ ଝଟକା। ବିଦ୍ରୋହୀ ମୁକେଶ ଗୋଏଲଙ୍କ ସମେତ ୧୩ଜଣ କାଉନସିଲର ଇସ୍ତଫା ଦେଇଛନ୍ତି। ଦିଲ୍ଲୀ ମହାନଗର ନିଗମ(ଏମସିଡି)ର ଆପ୍ କାଉନସିଳରମାନେ ଆମ ଆଦମି ପାର୍ଟିରୁ ଇସ୍ତଫା ଦେବା ସହ ‘ଇନ୍ଦ୍ରପ୍ରସ୍ଥ ବିକାଶ ପାର୍ଟି’ ନାଁରେ ନୂଆ ଦଳ ଗଠନ ନେଇ ଘୋଷଣା କରିଛନ୍ତି। ଜାତୀୟ ରାଜଧାନୀରେ ଆମ ଆଦମୀ ପାର୍ଟି (ଆପ)କୁ ଏକ ବଡ଼ ଝଟକା ମିଳିଛି। ଆପର୧୩ ଜଣ କାଉନସିଲର ଦଳ ଛାଡି ଏକ ନୂତନ ରାଜନୈତିକ ସଂଗଠନ ଗଠନ ଘୋଷଣା କରିଛନ୍ତି। ଦଳର ବରିଷ୍ଠ ନେତା ମୁକେଶ ଗୋଏଲଙ୍କ ନେତୃତ୍ୱରେ ଏହି ଗୋଷ୍ଠୀ ‘ଇନ୍ଦ୍ରପ୍ରସ୍ଥ ବିକାଶ ପାର୍ଟି’ ନାମକ ଏକ ନୂତନ ଦଳ ଗଠନ ନେଇ ଘୋଷଣା କରିଛନ୍ତି। ଶନିବାର ଆପ ଦଳ ଛାଡ଼ିଥିବା ଏହି ୧୩ଜଣ କାଉନସିଲର ନୂଆ ଦଳ ‘ଇନ୍ଦ୍ରପ୍ରସ୍ଥ ବିକାଶ ପାର୍ଟି’ ଘୋଷଣା କରିବା ପରେ ଦିଲ୍ଲୀର ରାଜନୈତିକ ଦୃଶ୍ୟପଟରେ ଏକ ନାଟକୀୟ ମୋଡ଼ ନେଇଛି। ଚଳିତ ମୁକେଶ ଗୋଏଲ ଆପ୍ ଟିକଟରେ ଆଦର୍ଶ ନଗରରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଆସନ ପାଇଁ ଲଢ଼ି ପରାଜିତ ହୋଇଥିଲେ ଏବଂ କହିଥିଲେ ଯେ ନୂତନ ଦଳ ଦିଲ୍ଲୀବାସୀଙ୍କ ଉନ୍ନତି ପାଇଁ କାମ କରିବ। ଆମେ କ୍ଷମତା ପାଇଁ ଲଢ଼ିବାକୁ ନୁହେଁ, ବରଂ ଲୋକଙ୍କ ସେବା କରିବାକୁ ଆସିଛୁ। ବର୍ତ୍ତମାନର ନେତୃତ୍ୱ ଭୂମିଗତ ବାସ୍ତବତା ସହିତ ସମ୍ପର୍କ ହରାଇଛି ବୋଲି ଦିଲ୍ଲୀ ମହାନଗର ନିଗମ(ଏମସିଡି)ରେ ପୂର୍ବତନ ଗୃହ ନେତା ଶ୍ରୀ ଗୋଏଲ ପ୍ରକାଶ କରିଥିଲେ। ଉଲ୍ଲେଖଯୋଗ୍ୟ, ଆପରୁ ଅଲଗା ହୋଇଥିବା ଅଧିକାଂଶ କାଉନସିଲର ପୂର୍ବରୁ କଂଗ୍ରେସରେ ଯୋଗ ଦେଇଥିଲେ। ପରବର୍ତ୍ତି ସମୟରେ ସେମାନେ କଂଗ୍ରେସ ଛାଡ଼ି ଗତ ପୌର ନିର୍ବାଚନ ପୂର୍ବରୁ ଆପରେ ଯୋଗ ଦେଇଥିଲେ। ଗୋଏଲ ନିଜେ ଜଣେ ଅଭିଜ୍ଞ ରାଜନେତା ଏବଂ ୨୫ ବର୍ଷରୁ ଅଧିକ ସମୟ ଧରି ପୌର ପରିଷଦର କାଉନସିଲର ଭାବରେ କାର୍ଯ୍ୟ କରିଛନ୍ତି।






More Stories
ଭାରତ-ବାଂଲାଦେଶ ତିକ୍ତତା ବୃଦ୍ଧି….
ପ୍ରଦୂଷଣ ଆମ ପାଇଁ ହୋଇଛି : ନୀତିନ ଗଡକରୀ……
ବାଂଲାଦେଶରେ ଘରୁ ବାହାରିବା ଏବଂ ନାମ କହିବାକୁ ଡରୁଛନ୍ତି……