ରିପୋର୍ଟ କାର୍ଡ / କଟକ
କାଠଯୋଡିରେ ବୁଡି ଦୁଇ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଛି | ଗତକାଲି ଜଣେ ଇଞ୍ଜିନିୟରଙ୍କର ମୃତ ଦେହ ମିଳିଥିବା ବେଳେ ନିଖୋଜ ଥିବା ଇଞ୍ଜିନିୟରଙ୍କର ମୃତ ଦେହ ଆଜି ଉଦ୍ଧାର କରାଯାଇଛି | ସିଡିଏ ବୀରେନ ମିତ୍ର ପାର୍କ ନିକଟରେ ଗାଧୋଇବା ବେଳେ ଏହି ଅଘଟଣ ଘଟିଛି । ୪ ଜଣ ଇଞ୍ଜିନିୟର ଗାଧୋଇବା ସମୟରେ ଏହି ଅଘଟଣ ଘଟିଥିଲା । କଟକ ଏସସିବି ନିର୍ମାଣାଧୀନ କାର୍ଯ୍ୟରେ ନିୟୋଜିତ ଥିଲେ ଏହି ସମସ୍ତ ଇଞ୍ଜିନିୟର । ପାଣିର ଗଭୀରତା ସମ୍ପର୍କରେ ଜାଣିନଥିଲେ । ମୃତ ଇଞ୍ଜିନିୟରଙ୍କ ଘର ମହାରାଷ୍ଟ୍ରରେ ବୋଲି ଜଣାପଡିଛି ।






More Stories
ତରଭୁଜ ନେଲା ଜୀବନ,୩ ଅସୁସ୍ଥ…..
ସୌମ୍ୟ ହତ୍ୟା ମାମଲା:ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ଚିନୁ…..
ତିରିଂ ଅଞ୍ଚଳରେ ଡବଲ ମର୍ଡର ……