ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆନ୍ଧ୍ରପ୍ରଦେଶ ବିଜୟନଗରମ୍ ଦ୍ଵାରପୁଡି ଗାଁରେ ଏକ କାର୍ ଭିତରେ ଶ୍ଵାସରୁଦ୍ଧ ହୋଇ ୪ ଜଣ ପିଲାଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ପୁଅ ଏବଂ ୩ ଜଣ ଝିଅ ଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ପିଲାମାନେ ଘର ବାହାରେ ଖେଳୁଥିବା ସମୟରେ ପାଖରେ ଠିଆ ହୋଇଥିବା କାର ଭିତରେ ପ୍ରବେଶ କରିଥିଲେ। କବାଟ ଗୁଡ଼ିକ ବନ୍ଦ ହୋଇ ପଡିବାରୁ ପିଲାମାନେ ସେଗୁଡ଼ିକୁ ଖୋଲିପାରି ନଥିଲେ । ଶ୍ବାସରୁଦ୍ଧ ହୋଇ ଗାଡ଼ି ଭିତରେ ଛଟପଟ ହେଉଥିଲେ । ପିଲାମାନେ ନିଖୋଜ ଥିବା ଜାଣିବା ପରେ, ପରିବାର ଲୋକେ ସେଠାରେ ଖୋଜାଖୋଜି କରିଥିଲେ । ଏବଂ ଗାଡ଼ି ଭିତରେ ସେମାନଙ୍କୁ ଅଚେତ ଅବସ୍ଥାରେ ପାଇଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ଦିଗରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।






More Stories
ଭାରତ-ବାଂଲାଦେଶ ତିକ୍ତତା ବୃଦ୍ଧି….
ପ୍ରଦୂଷଣ ଆମ ପାଇଁ ହୋଇଛି : ନୀତିନ ଗଡକରୀ……
ବାଂଲାଦେଶରେ ଘରୁ ବାହାରିବା ଏବଂ ନାମ କହିବାକୁ ଡରୁଛନ୍ତି……