Report Card Odisha

| Daily Odia News

ଲାଗୁ ହେବ ଏକୀକୃତ ପେନ୍‌ସନ ବ୍ୟବସ୍ଥା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶା ଲୋକସେବା (ପେନସନ୍) ଆଇନ୍-୧୯୯୨ରେ ରାଜ୍ୟ ସରକାର ସଂଶୋଧନ କରିଛନ୍ତି। ରାଜ୍ୟରେ ସରକାରୀ କର୍ମଚାରୀମାନଙ୍କ ପାଇଁ ଏକୀକୃତ ପେନସନ୍ ଯୋଜନା ଲାଗୁ କରିବା ପାଇଁ ଗତ ଫେବୃଆରୀରେ ରାଜ୍ୟ କ୍ୟାବିନେଟ୍ ଅନୁମତି ପ୍ରଦାନ କରିଥିଲା। ସୋମବାର ଏ ନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେଉଁ ପ୍ରକାର ସର୍ତ୍ତ ପୂରଣ କରୁଥିବା କର୍ମଚାରୀ ଅବା ସେମାନଙ୍କ ପରିବାରକୁ କେତେ ପରିମାଣର ପେନସନ୍ ମିଳିବ ତାହା ଏହି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ବିଭିନ୍ନ ବର୍ଗର କର୍ମଚାରୀଙ୍କ ଅବସରକାଳୀନ ପ୍ରାପ୍ୟ ୧୫ ଲକ୍ଷ, ୨୦ ଲକ୍ଷ ଏବଂ ୨୫ ଲକ୍ଷ ଟଙ୍କାରୁ ଅଧିକ ହୋଇ ନ ଥିବ ବୋଲି ଏଥିରେ ସର୍ତ୍ତ ରଖାଯାଇଛି। ସେହିପରି ଯଦି କେହି କାର୍ଯ୍ୟରୁ ଇସ୍ତଫା ଦେଇଥାନ୍ତି ତା ହେଲେ ତାହା ନିର୍ଦିଷ୍ଟ ସର୍ତ୍ତାବଳୀ ପୂରଣ କରୁଥିବା ଜରୁରୀ। କର୍ମଚାରୀମାନଙ୍କ କାର୍ଯ୍ୟକାଳ ୧୦ ବର୍ଷ ହୋଇଥିଲେ ମାସିକ ୧୦ ହଜାର ଟଙ୍କା ଏବଂ ମୃତ୍ୟୁ ହୋଇଥିଲେ ୬୦% ପେନସନ୍ ମିଳିବ। ୨୫ ବର୍ଷ ଚାକିରୀ କରିଥିଲେ ମୂଳ ଦରମାର ୫୦% ମିଳିବ। ପେନସନ୍‌ଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ପ୍ରଦାନ ବ୍ୟବସ୍ଥା ରହିଛି। ଜାତୀୟ ପେନସନ୍ ଯୋଜନା ପାଇଁ ଯୋଗ୍ୟ କର୍ମଚାରୀଙ୍କୁ ଏକୀକୃତ ପେନସନ୍ ମିଳିବ। ସରକାରଙ୍କର ଏହି ନିଷ୍ପତ୍ତି ଫଳରେ ବହୁ ପରିବାର ଉପକୃତ ହେବେ।

Breaking News