ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲଗାତାର ବୃଦ୍ଧି ପରେ କମିଲା ସୁନା ଦର । ମେ’ ୨୦ ଅର୍ଥାତ୍ ମଙ୍ଗଳବାର କମିଛି ସୁନା ଦାମ୍ । ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୫,୦୨୦ ଟଙ୍କା ରହିଛି । ଗତକାଲି ଏହା ୯୫,୫୧୦ ଟଙ୍କା ଥିଲା । ଏଥିରେ ୪୯୦ ଟଙ୍କା ହ୍ରାସ ହୋଇଛି । ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୮୭,୧୦୦ ଟଙ୍କା ରହିଛି । ଗତକାଲି ଏହା ୮୭,୫୫୦ ଟଙ୍କା ଥିଲା । ଏଥିରେ ୪୫୦ ଟଙ୍କା ହ୍ରାସ ହୋଇଛି । ୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୧,୨୭୦ ଟଙ୍କା ରହିଛି । ଗତକାଲି ୭୧,୬୩୦ ଟଙ୍କା ଥିଲା । ଏଥିରେ ୩୬୦ ଟଙ୍କା ହ୍ରାସ ହୋଇଛି । ସେହିପରି ରୁପା ଦାମ୍ ମଧ୍ୟ ହ୍ରାସ ହୋଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୦,୮୦୦ ରହିଛି । ଗତକାଲି ଏହା ୧୦,୯୦୦ ଥିଲା । ଏଥିରେ ୧୦୦ ଟଙ୍କା ହ୍ରାସ ହୋଇଛି ।
More Stories
ଖୁବ ଶୀଘ୍ର ଓଡ଼ିଶାରେ ନୂଆ ମଦ ନୀତି…..
ଆତ୍ମସମର୍ପଣ କଲେ ୧୬ ନକ୍ସଲ….
ଜେଇଇ ଆଡଭାନ୍ସଡ ପରୀକ୍ଷାଫଳ ପ୍ରକାଶ….