ରିପୋର୍ଟ କାର୍ଡ / ସମ୍ବଲପୁର
ରାଜ୍ୟରେ ଜଳୁଛି ଜଙ୍ଗଲ | ଏମୁଣ୍ଡରୁ ସେମୁଣ୍ଡ ଯୁଆଡ଼େ ଚାହିଁବେ ଖାଲି ନିଆଁ ଆଉ ନିଆଁ। ଜଙ୍ଗଲରେ ନିଆଁ ଲିଭାଇବାକୁ ନେଇ ବନବିଭାଗ ଓ ଅଗ୍ନିଶମ ବିଭାଗ ନାକେଦମ ହେଲେଣି | ହେଲେ ନିଆଁ ଲିଭିବାର ନାଁ ଧରିନି |ଜଙ୍ଗଲ ନିଆଁ ରୋକିବାକୁ ସମ୍ବଲପୁର ଡିଏଫ୍ଓ ସଞ୍ଜୀତ କୁମାର ଏଭଳି କଡ଼ା ପଦକ୍ଷେପ ନେଇଛନ୍ତି । ଜଙ୍ଗଲରେ ନିଆଁ ଲଗାଇଲେ ତୁରନ୍ତ ଗିରଫ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ନିଆଁ ଲଗାଉଥିବା ଲୋକଙ୍କ ବାବଦରେ ସୂଚନା ଦେଲେ ୫ ହଜାର ଟଙ୍କା ଦିଆଯିବ ବୋଲି ସେ କହିଛନ୍ତି । ସେପଟେ ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବାକୁ ୭୫ ଜଣ ସ୍ବତନ୍ତ୍ର ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଲୋକଙ୍କ ମଧ୍ୟରେ ସଚେତନତା ନେଇ ଗାଁ ଗାଁରେ ପ୍ରଚାର ଗାଡ଼ି ମଧ୍ୟ ବୁଲାଯାଉଥିବା ଡିଏଫ୍ଓ ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ, ମୟୂରଭଞ୍ଜ ଶିମିଳିପାଳ ଓ କୁଳଡିହା ସଂରକ୍ଷିତ ଅଭୟାରଣ୍ୟରେ ଲିଗିଥିବା ନିଆଁ ଲିଭିବାର ନାଁ ଧରୁନି। ଗୋଟିଏ ସ୍ଥାନରେ ନିଆଁ ଲିଭାଇଲା ବେଳକୁ ତାହା ଅନ୍ୟତ୍ର ବ୍ୟାପି ଯାଉଛି। ନିଆଁ ଲିଭାଇବା କାର୍ଯ୍ୟରେ ୬ଟି ଅଗ୍ନିଶମ ବିଭାଗ ନିୟୋଜିତ ଥିବାବେଳେ ୧୧ ଶହରୁ ଅଧିକ ବନ ସୁରକ୍ଷା କର୍ମୀ ଏବଂ କର୍ମଚାରୀ ନିୟୋଜିତ ଅଛନ୍ତି। ସେହିପରି କୁଳଡିହା ସଂରକ୍ଷିତ ଅଭୟାରଣ୍ୟରେରବିବାର ବିଳମ୍ବିତ ରାତିରେ ଅଭୟାରଣ୍ୟର ବାଲିଚୁଆ ପଟୁ ପୁଣି ନିଆଁ ଲାଗିଛି। ଜଙ୍ଗଲରେ ନିଆଁ ଲାଗିଥିବାରୁ ଆଖପାଖ ଗାଁ ଲୋକେ ଭୟଭୀତ ଅଛନ୍ତି । ଗାଁକୁ ନିଆଁ ନ ବ୍ୟାପିବା ପାଇଁ ଅଗ୍ନିଶମ ବାହିନୀ ଓ ଗ୍ରାମବାସୀଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..