ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇସ୍ରାଏଲରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଜେ.ପି. ସିଂହ ଆଦଙ୍କବାଦ ବିରୋଧରେ ଲଢ଼େଇ ପାଇଁ ଅନ୍ତର୍ଜାତୀୟ ସ୍ତରରେ ମେଣ୍ଟ କରିବାକୁ ଦାବି କରିଛନ୍ତି। ଏହା ସହିତ ପାକିସ୍ତାନ ପାଳୁଥିବା ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ହାଫିଜ ସୟିଦ, ସାଜିଦ ମିର ଏବଂ ଜାକିର ରହମନ ଲାଖଭୀଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ଦାବି କରିଛନ୍ତି। ଭାରତରେ ଘଟିଥିବା ୨୬/୧୧ ମୁମ୍ବଇ ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହଉର ରାଣାକୁ ଯେପରି ଆମେରିକା ପ୍ରତ୍ୟର୍ପଣ କଲା, ପାକିସ୍ତାନ ସେପରି କରୁ ବୋଲି ସେ କହିଛନ୍ତି। ଅପରେସନ ‘ସିନ୍ଦୂର’ର ଉଦାହରଣ ଦେଇ ଆତଙ୍କବାଦ ବିରୋଧରେ ଆରମ୍ଭ ହୋଇଥିବା ଏହି ଅପରେସନ ଏବେ ସୁଦ୍ଧା ସରିନାହିଁ ବୋଲି ପାକିସ୍ତାନକୁ ସେ ଚେତାଇ ଦେଇଛନ୍ତି। ସିଂହ ଆହୁରି କହିଛନ୍ତି, ଯେତେବେଳେ ଅମେରିକା ଏଭଳି ଦୋଷୀମାନଙ୍କୁ ପ୍ରତ୍ୟର୍ପଣ କରିପାରୁଛି, ତେବେ ପାକିସ୍ତାନ କାହିଁକି କରିପାରିବ ନାହିଁ। ସେମାନଙ୍କୁ ପାକ୍ ହସ୍ତାନ୍ତର କରିବା ଦରକାର, ଯାହାଫଳରେ ସବୁକିଛିର ଅନ୍ତ ହୋଇପାରିବ।






More Stories
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..
ଶରଦ ପାଓ୍ବାରଙ୍କୁ ଝଟକା:ଅଜିତ ଯିବା ପରେ ବଦଳିଗଲା NCP!…..
“ହମ୍ପଟି ଡମ୍ପଟି ବଜେଟ”……