Report Card Odisha

| Daily Odia News

ଇଣ୍ଡିଗୋ ବିମାନରେ ଖସିଲା ବିଜୁଳି….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଇଣ୍ଡିଗୋ ବିମାନ 6E2142 କୁ ରାସ୍ତାରେ ଖରାପ ପାଣିପାଗର ସାମ୍ନା କରିବାକୁ ପଡିଛି । ଉଡାଣ ସମୟରେ ଦିଲ୍ଲୀରୁ ଶ୍ରୀନଗର ମଧ୍ୟରେ ବର୍ଷା ଓ କୁଆପଥର ଯୋଗୁଁ ବିମାନକୁ ଜରୁରି ଅବତରଣ କରିବାକୁ ପଡିଛି । ବିମାନ ଉପରେ ବିଜୁଳି ଖସିବା ନେଇ ମଧ୍ୟ ସୂଚନା ମିଳିଛି । ଏହି ସମୟରେ ପାଇଲଟ ଏଟିସି ଶ୍ରୀନଗରକୁ ଏମରଜେନ୍ସି ସୂଚନା ଦେଇଥିଲେ ଏବଂ କିଛି ସମୟ ଉଡାଣ ପରେ ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରିଥିଲେ । ବିମାନରେ ସମୁଦାୟ ୨୨୭ ଯାତ୍ରୀ ଉପସ୍ଥିତ ଥିଲେ । ଖରାପ ପାଣିପାଗ ସତ୍ତ୍ବେ ବିମାନକୁ ସୁରକ୍ଷିତ ରୂପେ ସାଢେ ୬ଟା ସମୟରେ ଶ୍ରୀନଗର ବିମାନବନ୍ଦରରେ ଅବତରଣ କରାଯାଇଥିଲା । ସମସ୍ତ ଯାତ୍ରୀ ଓ କ୍ରୁ ମେମ୍ବର ସୁରକ୍ଷିତ ଅଛନ୍ତି । ତେବେ ବିମାନଟି ଅନେକ କ୍ଷତିଗ୍ରସ୍ତ ହୋଇଛି ।

Breaking News