Report Card Odisha

| Daily Odia News

‘ଗେଟ୍‌ ଆଉଟ୍‌’:ଜଣେ ରିପୋର୍ଟର ଭିତରେ ଯେଉଁ ଗୁଣ ଆବଶ୍ୟକ, ତୁମ ନିକଟରେ ନାହିଁ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରିପୋର୍ଟର ଉପରକୁ ରାଗିଯାଇ ‘ଗେଟ୍‌ ଆଉଟ୍‌’ ବା ବାହାରିଯାଅ ବୋଲି କହିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌। ବୁଧବାର ହ୍ବାଇଟ୍‌ ହାଉସ୍‌ରେ ହେଉଥିବା ଏକ ସାମ୍ବାଦିକ ସମ୍ମିଳନୀରେ କତାର ଏୟାର୍‌ ଜେଟ୍‌କୁ ନେଇ ଏନ୍‌ବିସିର ଜଣେ ରିପୋର୍ଟର ଟ୍ରମ୍ପ୍‌ଙ୍କୁ ପ୍ରଶ୍ନ କରିବା ପରେ ରାଗିଯାଇ ରିପୋର୍ଟର୍‌ଙ୍କୁ ବାହାରିଯିବାକୁ କହିଛନ୍ତି ଆମେରିକା ରାଷ୍ଟ୍ରପତି। କତାରରୁ ଆସୁଥିବା ବୋଇଂ ୭୪୭ ପେଣ୍ଟାଗନ ଗ୍ରହଣ କରିବା ବିଷୟରେ ପ୍ରଶ୍ନ ଉପରେ ରାଗିଗଲେ ଟ୍ରମ୍ପ୍‌। ରିପୋର୍ଟର ପିଟର୍‌ ଆଲେକ୍‌ଜାଣ୍ଡାର୍‌ ଯେତେବେଳେ ଟ୍ରମ୍ପ୍‌ଙ୍କୁ ଜେଟ୍‌କୁ ନେଇ ପ୍ରଶ୍ନ କଲେ ତ ଟ୍ରମ୍ପ୍‌ ତୁରନ୍ତ ଉତ୍ତରରେ କହିଲେ, ‘‘ତୁମେ କଣ କହୁଛ? ତୁମେ ଜାଣିପାରୁଛ ତ ତୁମକୁ ଏଠାରୁ ଚାଲିଯିବା ଉଚିତ ବୋଲି |ହ୍ୱାଇଟ୍ ହାଉସରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ୍ ରାମାଫୋସାଙ୍କ ସହ ଏକ ବୈଠକ ସମୟରେ ଟ୍ରମ୍ପ୍ ଦକ୍ଷିଣ ଆଫ୍ରିକାରେ ଥିବା ଶ୍ବେତାଙ୍ଗ ଚାଷୀଙ୍କ ବିରୋଧ ହିଂସା ଏବଂ ଜାତିଭେଦ ଆଇନ ଭଳି ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କଥା ହେଉଥିବା ବେଳେ ରିପୋର୍ଟର ତାଙ୍କର ଧ୍ୟାନ ହଟାଇବାକୁ ଚେଷ୍ଟା କରୁଥିବାର ଦାବି କରିଛନ୍ତି ଟ୍ରମ୍ପ୍‌। “ଏବେ କତାରୀ ଜେଟ୍ ସହିତ କ’ଣ ସମ୍ପର୍କ? ସେମାନେ ଯୁକ୍ତରାଷ୍ଟ୍ର ବାୟୁସେନାକୁ ଏକ ଜେଟ୍ ଦେଉଛନ୍ତି। ଠିକ୍ ଅଛି? ଏବଂ ଏହା ଏକ ମହାନ କଥା। ଆମେ ଆହୁରି ଅନେକ ଜିନିଷ ବିଷୟରେ କଥା ହେଉଛୁ। ତୁମେ ସେ ବିଷୟରୁ ଧ୍ୟାନ ହଟାଉଛ। ତୁମକୁ ଏନ୍‌ବିସି ଷ୍ଟୁଡିଓକୁ ଫେରିଯିବା ଉଚିତ। ତୁମେ ଜଣେ ଭୟଙ୍କର ରିପୋର୍ଟର। ୧ ନମ୍ବର ରିପୋର୍ଟର ହେବା ପାଇଁ ଯାହା ଆବଶ୍ୟକ, ତୁମର ତାହା ନାହିଁ। ତୁମେ ଯଥେଷ୍ଟ ବୁଦ୍ଧିମାନ ନୁହଁ ବୋଲି ଟ୍ରମ୍ପ୍‌ କହିଛନ୍ତି।

Breaking News